Below header

ଅଭିଜିତ ଆୟାର ମିତ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିବ ବିଧାନସଭା ଗୃହ କମିଟି

ଭୁବନେଶ୍ବର(କେନ୍ଯୁଜ୍) : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବନ୍ଧୁ ଅଭିଜିତ ଆୟାର ମିତ୍ରଙ୍କୁ ହାଜର ପାଇଁ ନୋଟିସ୍‌ କରିବ ବିଧାନସଭା ଗୃହ କମିଟି । ଅକ୍ଟୋବର ୧୧ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯିବ । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ନୋଟିସ୍‌ ଜାରି କରିବ ବିଧାନସଭା ଗୃହ କମିଟି । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବିଧାନସଭା ଗୃହ କମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି ।

Odishaବୈଠକ ପରେ ନରସିଂହ ମିଶ୍ର କହିଛନ୍ତି, ଗଣମାଧ୍ୟମରେ ବାହାରିଥିବା ଖବରର ପ୍ରମାଣ ହସ୍ତଗତ ହୋଇଛି । ଗଣମାଧ୍ୟମରେ ବାହାରିଥିବା ଖବର ସତ୍ୟ । ପୋଲିସ ଡିଜି ଓ ଗୁଇନ୍ଦା ନିର୍ଦ୍ଦେଶକଙ୍କ ବୟାନ ରେକର୍ଡ କରାଯାଇଛି । ଅଭିଜିତ୍‌ଙ୍କ ଅରୁଚିକର ମନ୍ତବ୍ୟକୁ ନେଇ ବିଧାନସଭା ଗୃହ କମିଟିର ଆଜି ଦ୍ୱିତୀୟ ବୈଠକ ବସିଥିଲା । ବୈଠକରେ କମିଟି ଅଧ୍ୟକ୍ଷ, ଅନ୍ୟ ସଦସ୍ୟଙ୍କ ସମେତ ପୋଲିସ ଡିଜି, ଗୁଇନ୍ଦା ନିର୍ଦ୍ଦେଶକ ଉପସ୍ଥିତ ଥିଲେ । ଚିଲିକା ଉପରେ ବେଆଇନ ହେଲିକପ୍ଟର ଉଡ଼ାଣ ଏବଂ  ଓଡ଼ିଶା ଓ ଏହାର କଳା ସଂସ୍କୃତି ପ୍ରତି ଅରୁଚିକର ମନ୍ତବ୍ୟ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଥିଲେ ଅଭିଜିତ୍‌ ଆୟାର ମିତ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.