Below header

କେବଳ ୪୫ ସେକେଣ୍ଡ କପାଳକୁ ଦବାଇ ରଖନ୍ତୁ, ତାପରେ ଦେଖନ୍ତୁ ଚମତ୍କାର

ପତିଦିନ ବ୍ୟସ୍ତବହୁଳ ଜୀବନ ଭିତରେ ଆମେ ଏତେ ବ୍ୟସ୍ତ ରହିଯାଉଯେ ଅଳ୍ପ ସମୟ ବାହାର କରିବା ଆମ ପକ୍ଷେ ବହୁତ କଷ୍ଟସାଧ୍ୟ ହୋଇଯାଇଥାଏ। ଅଧିକାଂଶ ମହିଳା ଅଫିସ ଯାଇଥାନ୍ତି। ଯେଉଁଠି ସେମାନଙ୍କୁ ୮/୧୦ ଘଣ୍ଟା କମ୍ପ୍ୟୁଟର ସାମ୍ନାରେ ବସିବାକୁ ପଡିଥାଏ। ଯେଉଁ କାରଣରୁ ମୁଣ୍ଡବ୍ୟଥା ହୋଇଥାଏ। ଏମିତିରେ ଆମେ ଆପଣଙ୍କୁ ଏକ ଏମିତି ଉପାୟ ଜଣାଇବୁ ଯାହା ଦ୍ବାରା ଆପଣ ବହୁତ ସମସ୍ୟାରୁ ମକ୍ତି ପାଇପାରିବେ।ଜାଣନ୍ତୁ କେମିତି କପାଳର ଏକ ସ୍ବତନ୍ତ୍ର ଯାଗାକୁ ଦବାଇ ଆପଣ ଅନେକ ରୋଗରୁ ମୁକ୍ତି ପାଇପାରିବେ।

ଯଦି ଆପଣ ସବୁବେଳେ ମୁଣ୍ଡବ୍ୟଥାରେ ଚିନ୍ତିତ ରହୁଥାନ୍ତି ତେବେ ଆପଣ ଆଇବ୍ରୋଜର ମଝି ଯାଗାକୁ ନିଜର ଆଙ୍ଗୁଳି ସାହାଯ୍ୟରେ ଜୋରରେ ଦବାଇ ରଖନ୍ତୁ। ଏହାକୁ ’ଚି’ ନାମରେ ଜଣାଯାଇଥାଏ। ଏହାକୁ ଦବାଇବା ଦ୍ବାରା ଏକ ଅଲଗା ପ୍ରକାରର ଶକ୍ତି ବାହାରିଥାଏ, ଯାହା ସକରାତ୍ମକ ହୋଇଥାଏ। ଏପରି କରିବା ଦ୍ବାରା ମୁଣ୍ଡ ବ୍ୟଥାରୁ ବହୁତ ଆରାମ ମିଳିଥାଏ।

forehead1

ରକ୍ତ ସଞ୍ଚାଳନକୁ କରେ ପ୍ରଖର

ଯଦି ଆପଣ ଏହି ଯାଗାକୁ ଦବାନ୍ତି ତେବେ ଆପଣଙ୍କୁ ଷ୍ଟ୍ରେସ ସହିତ ଗ୍ୟାଷ୍ଟ୍ରିକରୁ ମଧ୍ୟ ମୁକ୍ତି ମିଳିଥାଏ। କାରଣ ଏହି ଯାଗାକୁ ଦବାଇବା ଦ୍ବାରା ଶରୀରରେ ହେପି ହର୍ମୋନ ସକ୍ରୀୟ ହୋଇଥାଏ। ଏହା ସହିତ ଆପଣଙ୍କ ରକ୍ତ ସଞ୍ଚାଳନ ପ୍ରଖର ହୋଇଥାଏ।

ଏହା ସହ ପଢ଼ନ୍ତୁ : ଏହି ଲକ୍ଷଣ ଆପଣଙ୍କ ନିକଟରେ ଦେଖାଯାଉନି ତ ? ଯଦି ହଁ ତେବେ ଆପଣଙ୍କ ଶରୀରରେ ବଢିଯାଇଛି କୋଲେଷ୍ଟ୍ରଲ୍

ଆଖିକୁ ମିଳିଥାଏ ଆରାମ

forehead2ଥକା, ଚିନ୍ତା, ଷ୍ଟ୍ରେସ ହେବା କାରଣରୁ ଆଖିକୁ ସବୁଠୁ ଅଧିକ ପ୍ରଭାବ ପକାଇଥାଏ। କେତେକ ଥର ଆମ ଆଖି ଏତେ ଥକି ଯାଇଥାଏଯେ ନିଦ ମଧ୍ୟ ଆସିନଥାଏ। ଏମିତିରେ ଆପଣ କପାଳରେ ୪୫ ସେକେଣ୍ଡ ଦବାନ୍ତୁ, ଆପଣଙ୍କୁ ବହୁତ ଲାଭ ମିଳିବ। ଏହା ଦ୍ବାରା ଆପଣଙ୍କୁ ଭଲ ନିଦ ମଧ୍ୟ ଆସିବ।

ଥକାପଣରୁ ମୁକ୍ତି

ଯଦି ଆପଣ କପାଳକୁ ୪୫ ସେକେଣ୍ଡ ଦବାଇ ରଖନ୍ତି,ତେବେ ଏହା ଦ୍ବାରା ଆପଣଙ୍କ ଥକାପଣ କମ୍ ହୋଇଯାଇଥାଏ। ଏହା ସହିତ ଅଫିସର ସମସ୍ତ ଟେନସନ ମଧ୍ୟ ଶେଷ ହୋଇଯାଇଥାଏ।

ସ୍ମରଣ ଶକ୍ତି ବ୍ରୁଦ୍ଧି

ଯେତେବେଳେ ଆପଣ ଫ୍ରୀ ଥିବେ ସେତେବେଳେ କପାଳର ଏହି ଯାଗାକୁ ୪୫ ମିନିଟ ଦବାନ୍ତୁ। ଏହା ଦ୍ବାରା ଆପଣଙ୍କ ମସ୍ତିଷ୍କ ସକ୍ରୀୟ ହେବ। ଏହାକୁ ଆପଣ ପିଲାଙ୍କୁ ମଧ୍ୟ କରାଇ ପାରିବେ। ଏହା ସହିତ ଏହା ମହିଳାଙ୍କ ପାଇଁ ବହୁତ ଲାଭ ଦାୟକ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.