ସର୍ଜିକାଲ୍ ଷ୍ଟ୍ରାଇକ୍‌କୁ ପୂରିଲା ଦୁଇ ବର୍ଷ

ଯୋଧପୁର(କେନ୍ଯୁଜ୍) : ସର୍ଜିକାଲ ଷ୍ଟ୍ରାଇକ୍‌କୁ ଆଜି ପୂରିଛି ଦୁଇ ବର୍ଷ । ୨୮-୨୯ ତାରିଖ ରାତିରେ ଭାରତୀୟ ସେନାର ଯବାନମାନେ ପାକିସ୍ତାନରେ ପ୍ରବେଶ କରି ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିଲେ । ସେନାର ଏହି ପରାକ୍ରମକୁ ନେଇ ସାରା ଦେଶ ଗର୍ବ କରିଥିଲା । ଆଜି ସେହି ସର୍ଜିକାଲ ଷ୍ଟ୍ରାଇକ୍‌କୁ ଦୁଇ ବର୍ଷ ପୂରଣ ହୋଇଛି । ଏଥିପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଧପୁରରେ ପହଞ୍ଚିଛନ୍ତି । ସେଠାରେ ମୋଦି ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

pm modiଏହା ସହ ମୋଦି ଯୋଧପୁରରେ ‘ପରାକ୍ରମ ପର୍ବ’କୁ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ୍‌ଙ୍କ ସହ ତିନି ସେନା ପ୍ରମୁଖ ଉପସ୍ଥିତ ଥିଲେ । ୨୯ ଓ ୩୦ ତାରିଖରେ ସାଧାରଣ ଲୋକଙ୍କ ପାଇଁ ଏହି ପ୍ରଦର୍ଶନୀ ଖୋଲାଯିବ । ଏହା ସହ ଆଜିଠାରୁ ସାରା ଦେଶର ବିଭିନ୍ନ ସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ୍‌ ପ୍ରଦର୍ଶନୀ ଆୟୋଜନ କରାଯିବ । ଏଥିରେ ସେନାର ଅସ୍ତ୍ରଶସ୍ତ୍ର ଓ ଅନ୍ୟ ଉପକରଣ ପ୍ରଦର୍ଶିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.