ଶୋଇବା ଘର ଭିତରୁ ବାହାରିଲା ୧୫ ଫୁଟର ଅହିରାଜ ସାପ

ଅନୁଗୁଳ(କେନ୍ଯୁଜ୍) : ଶୋଇବା ଘରୁ ଉଦ୍ଧାର ହେଲା ବିରାଟ ଅହିରାଜ ସାପ । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ତଳଗଡ ଗାଁର ରବିନାରାୟଣ ଦେହୁରୀଙ୍କ ଘରେ । ପରିବାର ଲୋକେ ଘରେ ଶୋଇଥିବା ସମୟରେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାହାର୍ଯ୍ଯ ନେଇଥିଲେ ପରିବାର ଲୋକେ । ଅଞ୍ଚଳର ଜଣେ ସାପ ଧରାଳି ଓ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ସାପଟିର ମୁଣ୍ଡଳରେ ପାଣି ଢାଳି ତାକୁ ଉଦ୍ଧାର କରିଥିରେ । ବହୁ ସମୟର ପରିଶ୍ରମ ପରେ ସାପଟି ଉଦ୍ଧାର ହୋଇଥିଲା । ଏହାପରେ ସାପଟିକୁ ନିକଟସ୍ଥ ଜଙ୍ଗଲକୁ ଛାଡି ଦିଆଯାଇଛି । ଅହିରାଜଟିର ଲମ୍ବ ପ୍ରାୟ ୧୫ ଫୁଟ୍ ହୋଇଥିବା ଜଣାପଡିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.