ଆପଣ କିଣିଥିବା ଫୋନ୍ ଚୋରା ନୁହେଁ ତ ? କେମିତି ଜାଣିବେ ପଢନ୍ତୁ

ନୂଆ ସ୍ମାର୍ଟଫୋନ୍ କିଣିବାକୁ ଚାହୁଁଛନ୍ତି । କିନ୍ତୁ ବଜେଟ୍ ଆପଣଙ୍କୁ ଅନୁମତି ଦେଉନି । ଏମିତିରେ କଣ କରିବେ ? ନିହାତି ସେକେଣ୍ଡ ହାଣ୍ଡ ଫୋନ୍ କିଣିବାକୁ ଚାହିଁବେ । ଆବଶ୍ଯକତାକୁ ଆଖି ଆଗରେ ରଖି ଯେତେ ଶୀଘ୍ର ମିଳେ ଫୋନ୍ କିଣିଆଣୁ । ହେଲେ ଏହି ନିଷ୍ପତ୍ତି ଅନେକ ସମୟରେ ଭୁଲ୍ ପ୍ରମାଣିତ ହୋଇଥାଏ ଅନେକ ସମୟରେ । କାରଣ ନଜାଣି ଆମେ ସେକେଣ୍ଡ ହାଣ୍ଡରେ ଚୋରୀ ମୋବାଇଲ୍ କିଣିଆଣିଥାଉ । ଆଉ ଥରେ ହାତରୁ ଟଙ୍କା ଚାଲିଗଲା ପରେ କାନମୁଣ୍ଡ ଆଉଁଷି ରହିଥାଉ ।

କିଛି ନଜାଣି ଏହି ଫୋନ୍ ଆଣି ସାରିବା ପରେ ଅନେକ ସମସ୍ଯାର ସମ୍ମୁଖିନ ହୋଇଥାଉ । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଟିପ୍ସ ଦେବୁ ଯାହା ଦ୍ବାରା ଜାଣିପାରିବେ ଆପଣ କିଣିଥିବା ଫୋନ୍ ଚୋରୀର କି ନୁହେଁ ।

  • ଫୋନ୍ କିଣିବା ସମୟରେ ଅସଲ ବିଲ୍ ମାଗନ୍ତୁ ଦୋକାନୀକୁ । ବିଲକୁ ଭଲ ଭାବରେ ଯାଂଚ କରିବା ପରେ ହିଁ ମୋବାଇଲ୍ କିଣନ୍ତୁ ।
  • କୌଣସି ଫୋନର ପରିଚୟ ତାର IMEI ନମ୍ବର ହୋଇଥାଏ । କୌଣସି ସେକେଣ୍ଡ ହାଣ୍ଡ୍ ଫୋନ୍ କିଣିବା ସମୟରେ ଏହାର ବ୍ଯାଟେରୀ ନମ୍ବର ସହ ଫୋନର IMEI ନମ୍ବର ମ୍ଯାଚ୍ କରି ଦେଖନ୍ତୁ । ଫୋନର IMEI ନମ୍ବର ଜାଣିବା ପାଇଁ *#06# ଡାଏଲ୍ କରନ୍ତୁ ।
  • ସେକେଣ୍ଡ ହାଣ୍ଡ ଫୋନ୍ କିଣିବା ସମୟରେ ଏହାର ବ୍ଯାଟେରୀ ଚେକ୍ କରିବାକୁ ଭୁଲନ୍ତୁ ନାହିଁ । କାରଣ ମୋବାଇଲ୍ କିଣିବା ସମୟରେ ବ୍ଯାଟେରୀ ଭଲ ଭାବରେ ଚେକ୍ ନକଲେ ପରେ ହଇରାଣ ହେବେ । ତେଣୁ ଧ୍ୟାନ ରଖନ୍ତୁ ଯେଉଁ ଫୋନ୍ କିଣୁଛନ୍ତି ତାର ବ୍ଯାଟେରୀ ଭଲ ଭାବରେ ଚେକ୍ କରନ୍ତୁ ।
  • ନୂଆ ଫୋନ୍ କିଣିବା ସମୟରେ ଯେମିତି କ୍ଯାମେରାକୁ ଭଲ ଭାବରେ ଦେଖୁଛନ୍ତି ସେମିତି ସେକେଣ୍ଡ ହାଣ୍ଡ୍ ଫୋନର ମଧ୍ୟ କ୍ଯାମେରା ଚେକ୍ କରନ୍ତୁ । କିଛି ଫଟୋ ଉଠାଇ ଦେଖନ୍ତୁ । ଏହାଦ୍ବାରା କ୍ଯାମେରା କ୍ବାଲିଟି ମଧ୍ୟ ଜଣାପଡିବ । ଏହା ସହ ଫୋନର ବ୍ଲୁ ଟୁଥ, ୱାଇ ଫାଇ, ଏବଂ ଅନ୍ଯ କନେକ୍ସନ୍ , ମାଇକ୍ , ସ୍ପିକର୍ ମଧ୍ୟ ଚେକ୍ କରନ୍ତୁ ।
Leave A Reply

Your email address will not be published.