ଇସଲାମରେ କାହିଁକି ଜରୁରୀ ନମାଜ୍ ପଢିବା ?

ଦୁନିଆ ବହୁତ ବଡ଼ । ଆଉ ଏଥିରେ ବିଭିନ୍ନ ପ୍ରକାର ଏବଂ ବିଭିନ୍ନ ଧର୍ମର ଲୋକ ରହିଥାନ୍ତି । କେହି ଇଶାଇ ଧର୍ମ ପାଳନ କରୁଥିବା ବେଳେ କେହି ପାଳନ କରୁଛି ଇସଲାମ୍ ଧର୍ମ । ଆଉ କେହି ମାନେ ହିନ୍ଦୁ ଧର୍ମକୁ । ତେବେ ସବୁ ଧର୍ମର ନିଜର ଏକ ବିଶେଷତ୍ବ ଏବଂ ନିୟମ ରହିଛି।  ଆଉ ସେହି ଧର୍ମରେ ଆସ୍ଥା ରଖୁଥିବା ଲୋକ ସେସବୁ ନିୟମକୁ ପାଳନ କରିଥାନ୍ତି । ଯେମିତି ହିନ୍ଦୁ ଧର୍ମରେ ପୂଜା ପାଠର ମହତ୍ବ ରହିଛି ଠିକ୍ ସେମିତି ଇସଲାମରେ ରହିଛି ୫ଟି କର୍ତ୍ତବ୍ଯ । ଯାହା ନିହାତି ଜରୁରୀ ପାଳନ କରିବା ।

namaj.

ଇସଲାମରେ ଅଧିକ ମହତ୍ବ ନମାଜକୁ ଦିଆଯାଇଛି । ଯେଉଁମାନେ ଇସଲାମକୁ ମାନନ୍ତି ସେମାନେ ୫ ଥର ନମାଜ୍ ନିହାତି ପଢିବା ଉଚିତ୍ । ଅଲ୍ଲାଙ୍କୁ ରାଜି କରିବା ଏବଂ ତାଙ୍କୁ କ୍ଷମା ମାଗିବାର ଏକ ମାଧ୍ୟମ ହେଉଛି ନମାଜ୍ । ବିଶ୍ବାସ ରହିଛି ଯେ ନମାଜ୍ ପଢିବା ସମୟରେ ଅଲ୍ଲାଙ୍କ ସବୁଠାରୁ ନିକଟତର ଥାଏ ବ୍ଯକ୍ତି । ତେବେ ଆସନ୍ତୁ ଜାଣିବା ଇସଲାମର ସେହି ୫ଟି କର୍ତ୍ତବ୍ଯ ବିଷୟରେ ଯାହାର ପାଳନ ସବୁ ମୁସଲମାନଙ୍କୁ କରିବା ଉଚିତ୍ ।

ଶହଦତ୍ :

ଏହା ଇସଲାମରେ ପ୍ରଥମ ସ୍ତମ୍ଭ ହୋଇଥାଏ । ଲା ଇଲାହା ଇଲ୍ଲଲ୍ଲାହ ମୁହମ୍ମଦୁର ରସୁଲ୍ ଅଲ୍ଲହା । ଏହାର ଅର୍ଥ ହେଉଛି ଏହି ଦୁନିଆରେ ମାତ୍ର ଜଣେ ହି ଅଲ୍ଲା ଅଛନ୍ତି, ଅଲ୍ଲାଙ୍କ ବ୍ଯତୀତ ଦ୍ବିତୀୟ ଭଗବାନ୍ ଆଉ କେହି ନାହାଁନ୍ତି ।

ସଲାତ (ନମାଜ୍) :

ନମାଜକୁ ସବୁ ମୁସଲମାନଙ୍କ ପାଇଁ ଜରୁରୀ କରାଯାଇଛି । ସବୁ ମୁସଲମାନ୍ ଦିନକୁ ନମାଜ୍ ପଢିବା ଉଚିତ୍ । ଫଜ୍ର (ଭୋର), ଜୁହର (ଦ୍ବିପହର), ଅସ୍ର( ସୂର୍ଯ୍ଯାସ୍ତ ପୂର୍ବରୁ), ମଗରିବ (ସୂର୍ଯ୍ଯାସ୍ତ ପରେ) ଏବଂ ଇଶା (ରାତି) ଏହି ସମୟରେ ନମାଜ ପଢାଯାଏ ।

ଜଫାତ୍ (ଦାନ) :

ସବୁ ଧର୍ମରେ ଦାନକୁ ମହତ୍ବ ଦିଆଯାଇଛି । ଇସଲାମରେ ମଧ୍ୟ ଦାନ ଅର୍ଥାତ୍ ଜଫାତକୁ ପବିତ୍ର ମନାଯାଏ  । ଇସଲାମ୍ ଅନୁସାରେ ସବୁ ବ୍ଯକ୍ତିଙ୍କୁ ନିଜ ରୋଜଗାରର ଗୋଟିଏ ଭାଗ ଗରିବଙ୍କୁ ଦାନ କରିବା ଉଚିତ୍ । ରମଜାନ୍ ମାସରେ ଜଫାତ୍ ଦେବା ବହୁତ ଜରୁରୀ ବୋଲି ବିଶ୍ବାସ ରହିଛି ।

ରୋଜା :

rojaଯେମିତି ହିନ୍ଦୁମାନେ ଅଲଗା ଅଲଗା ବ୍ରତ ରଖିଥାନ୍ତି ସେମିତି ଇସଲାମରେ ପୁରା ଗୋଟିଏ ମାସ ପାଇଁ ବ୍ରତ ରଖାଯାଏ । ଯାହାକୁ ରୋଜା କୁହାଯାଏ । ରମଜାନ୍ ମାସରେ ରୋଜା ରଖିବା ସବୁ ମୁସଲମାନଙ୍କ କର୍ତ୍ତବ୍ଯ । ଯେଉଁମାନେ ଶାରୀରିକ ରୂପରେ ଅକ୍ଷମ ସେହିମାନେ ଏହି ରୋଜା ରଖନ୍ତି ନାହିଁ । ଇସଲାମ ଅନୁସାରେ ପବିତ୍ର ମାସ ହେଉଛି ରୋଜା । ଏହି ମାସରେ କେହି ବି ମୁସଲମାନ୍ ନିଜ ପାପର ପ୍ରାୟଶ୍ଚିତ କରାଇପାରେ ।

ହଜ (ମକ୍କା ଯାତ୍ରା) :

ଇସଲାମର ପଂଚମ କର୍ତ୍ତବ୍ଯ ହେଉଛି ହଜ୍ । ତେବେ ଏହି ଯାତ୍ରାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବାରୁ ସବୁ ମୁସଲମାନ୍ ଏହା କରିବା ପାଇଁ ସକ୍ଷମ ନୁହଁନ୍ତି । କିନ୍ତୁ ଯେଉଁମାନେ ଆର୍ଥିକ ରୂପରେ ମଜଭୂତ ସେମାନଙ୍କୁ ନିଜ ଜୀବନ ମଧ୍ୟରେ ଥରେ ହଜ୍ ଯାତ୍ରା କରିବା ନିହାତି ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.