ରନୱେ ଛାଡ଼ି ବିମାନ ପଶିଗଲା ହ୍ରଦ ଭିତରେ, ଯାତ୍ରୀ ପହଁରି ପହଁରି କୂଳକୁ ଆସିଲେ

ୱେଲିଂଟନ୍ : ଯାତ୍ରୀବାହୀ ବିମାନ ପଶିଗଲା ହ୍ରଦ ଭିତରେ । ଯାତ୍ରୀ ପହଁରି ପହଁରି କୂଳକୁ ଆସିଲେ । ଏଭଳି ଘଟଣା ଘଟିଛି ନ୍ୟୁଜିଲାଣ୍ଡରେ । ଆଜି ସକାଳେ ଏୟାର ନିଉଗିନି ବୋଇଂ-୩୭୩ ବିମାନ ଯାତ୍ରୀମାନଙ୍କୁ ନେଇ ମାଇକ୍ରୋନେସିଆର ୱେନୋ ବିମାନବନ୍ଦରରେ ଓହ୍ଲାଇବାର ଥିଲା । ତେବେ ଲ୍ୟାଣ୍ଡ କଲା ବେଳେ ରନୱେକୁ ଯିବା ବଦଳରେ ଏହା ସିଧା ଯାଇ ପଶିଗଲା ଚୁକ୍ ହ୍ରଦ ଭିତରେ । କିଛି ଯାତ୍ରୀ ବିମାନରୁ ବାହାରି ପହଁରି ପହଁରି କୂଳକୁ ଆସୁଥିବା ବେଳେ ସ୍ଥାନୀୟ ଲୋକେ ବୋଟ୍ ନେଇ ସେମାନଙ୍କୁ ଉଦ୍ଧାର କରିଥିଲେ ।

FLIGHT-2

ବିମାନଟିର ଅର୍ଦ୍ଧାଧିକ ଅଂଶ ପାଣିରେ ବୁଡ଼ି ଯାଇଥିଲା । ସବୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ସୌଭାଗ୍ୟକୁ କିଛି ଯାତ୍ରୀଙ୍କର ଛୋଟମୋଟ ଆଘାତକୁ ଛାଡ଼ି ଦେଲେ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନି ଘଟି ନାହିଁ । ଏଭଳି ଦୁର୍ଘଟଣା କଣ ପାଇଁ ଘଟିଲା ତାର ତଦନ୍ତ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.