Below header

ପୌର ନିର୍ବାଚନ ସଂରକ୍ଷଣ ମାମଲା, ହାଇକୋର୍ଟଙ୍କ ରାୟ ସୁପ୍ରିମ୍‌କୋର୍ଟରେ କାଏମ

ଦିଲ୍ଲୀ(କେନ୍ଯୁଜ୍) : ପୌର ନିର୍ବାଚନ ସଂରକ୍ଷଣ ମାମଲାରେ ହାଇକୋର୍ଟଙ୍କ ରାୟ ସୁପ୍ରିମ୍‌କୋର୍ଟରେ କାଏମ । ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ମହାନଗର ନିଗମ, ମ୍ୟୁନିସିପାଲିଟି ଏବଂ ଏନ୍‌ଏସି ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ରାଜ୍ୟ ସରକାର ଚାହୁଁଥିଲେ । ତେବେ ୫୦ ପ୍ରତିଶତରୁ ଅଧିକ ଆସନ ସଂରକ୍ଷଣ ହୋଇପାରିବ ନାହିଁ ବୋଲି ହାଇକୋର୍ଟ କହିଥିଲେ । ହାଇକୋର୍ଟଙ୍କ ଏହି ରାୟକୁ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଚ୍ୟାଲେଞ୍ଜ କରିଥିଲେ । ସେପ୍ଟେମ୍ବର ମାସରୁ ୨୦୧୯ ମସିହା ଫେବ୍ରୁଆରୀ ମଧ୍ୟରେ ୯୦ଟି ପୌର ସଂସ୍ଥାର ନିର୍ବାଚିତ ପରିଷଦର କର୍ଯ୍ଯକାଳ ସରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.