ଭୁବନେଶ୍ବର: ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ୬ ଘଣ୍ଟିଆ ବନ୍ଦ ଡାକରା । ସକାଳ ୭ରୁ ଦିନ ଗୋଟାଏ ଯାଏ ବନ୍ଦ ପାଳନ କରୁଛି କଂଗ୍ରେସ । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀମାନେ ପିକେଟିଂ କରି ରାସ୍ତା ଅବରୋଧ କରିବା ସହ ଷ୍ଟେସନରେ ରେଳରୋକ କରିଛନ୍ତି। ଜାତୀୟ ରାଜପଥରେ ଶହ ଶହ ଗାଡି ମୋଟର ଅଟକି ରହିଛି। ବନ୍ଦ ପାଳନରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ସେହିଭଳି ବିବାହ ପାଇଁ ଯାଉଥିବା ବରଯାତ୍ରୀ ଗାଡିକୁ ବି ବନ୍ଦରୁ ବାଦ୍ ଦିଆଯାଇଛି।
କଟକ ନଗର କଂଗ୍ରେସ ଓ ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛି । କଟକ ସହରରେ ବିଡାନାସୀ ଠାରୁ ବାଦମବାଡି ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ବନ୍ଦ ପାଳନ ହେଉଛି । ଅଟୋ ଓ ବସ୍ ଚଳାଚଳ ବନ୍ଦ ରହିବା ସହ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି ।
ଭଦ୍ରକରେ ଓଡ଼ିଶା ବନ୍ଦର ପ୍ରଭାବ । ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ବନ୍ତ ଛକ ଓ ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସଷ୍ଟାଣ୍ଡ ନିକଟରେ ରାଜପଥ ଅବରୋଧ କରିଛନ୍ତି କଂଗ୍ରେସ କର୍ମୀ । ସବୁ ବ୍ୟବସାୟିକ ଅନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବନ୍ଦକୁ ସାଧାରଣ ଲୋକ ମଧ୍ୟ ସମର୍ଥନ କରୁଥିବା ଦେଖିବାକୁ ମିଳିଛି ।
ସେହିପରି ପିପିଲି-ଡେଲାଙ୍ଗରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଇଛି । ପିପିଲି ହାଟ ଛକରେ କଂଗ୍ରେସ କର୍ମୀ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବନ୍ଦ ଯୋଗୁ ପିପିଲିରେ ଆଜି ଦୋକାନ ବଜାର ଖୋଲିନାହିଁ । ଯାତାୟତ ମଧ୍ୟ ବାଧାପ୍ରାପ୍ତ ହୋଇଛି ।
ସେହିପରି ଢେଙ୍କାନାଳ କଂଗ୍ରେସ ଦଳ ତରଫରୁ ଢେଙ୍କାନାଳରେ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । ବନ୍ଦ ଡାକରା ସକାଳ ୭ ରୁ ଗୋଟାଏ ଯାଏ ଚାଲିବ । କେନ୍ଦ୍ର ସରକାର ପେଟୋଲ ଡିଜେଲ ଓ ଅତ୍ୟାବଶ୍ୟକ ଦ୍ରବ୍ୟର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। କର୍ମୀମାନଙ୍କ ଦ୍ବାରା କୋରାପୁଟ ଭୁବନେଶ୍ୱର ଓ ଭୁବନେଶ୍ୱର ବଲାଙ୍ଗୀର ଟ୍ରେନକୁ ଢେଙ୍କାନାଳ ଷ୍ଟେସନ ଠାରେ ଅଟକ ରଖିଥିଲେ। ସେହିପରି କଲେଜ ବାଇପାସଠାରେ ୫୫ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ରାସ୍ତାରେ ଶହଶହ ଗାଡି ମଟର ଅଟକି ରହିଥିବା ବେଳେ ଯାତାୟତ ବାଧାପ୍ରାପ୍ତ ହୋଇଛି।
ବଲାଙ୍ଗିରରେ ମଧ୍ଯ ଆଜି କଂଗ୍ରେସର ୬ ଘାଣ୍ଟିଆ ଓଡିଶା ବନ୍ଦ ଡାକରାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ , ସ୍କୁଲ, କଲେଜ, ଦୋକାନ ବଜାର ଓ ବସ ଚଳାଚଳ ବନ୍ଦ ରହିଛି । ସକାଳୁ ସକାଳୁ କଂଗ୍ରେସ କର୍ମୀ ମାନେ ପିକେଟିଙ୍ଗ କରି ଆନ୍ଦୋଳନ କରିଛନ୍ତି । ସକାଳ ୭ ରୁ ଦିନ ୧ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲିବ ।
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…
ଭଦ୍ରକ (କେନ୍ୟୁଜ୍) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…
ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…