ରାଜ୍ୟ

ଯାଜପୁରରୁ ବାହାଘର ସାରି ଫେରୁଥିବାବେଳେ ସୋର କୁପାରି ରାସ୍ତା ପିତାକାଳିଆ ପୋଲ ତଳକୁ ଖସିଲା ବରଯାତ୍ରୀ କାର୍: ଜଣେ ମୃତ, ୩ ଗୁରୁତର

ସୋର: ବରଯାତ୍ରୀ ଗାଡି ଦୁର୍ଘଟଣା ଜଣେ ମୃତ ୩ ଗୁରୁତର । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଅଘିରାପଦାରୁ ଯାଜପୁର ବରଯାତ୍ରୀ ଯାଇ ବାହାଘର  ସାରି ଫେରୁଥିବା ବେଳେ ସୋର କୁପାରି ରାସ୍ତା ପିତାକାଳିଆ ପୋଲ ନିକଟରେ ଜଣେ ବାଇକ୍ ଆରୋହିକୁ ବଞ୍ଚାଇବାକୁ ଯାଇ କାରଟି ପୋଲ ତଳକୁ ଖସି ପଡିଥିଲା ।

ଫଳରେ କାର ଭିତରେ ଥିବା ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଯାତ୍ରୀ ଗରୁତର ଆହାତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି  ବାଇକ୍ ଆରୋହିଙ୍କୁ ଅଟକ ରଖିଥିବା ଜଣାପଡିଛି ।

Sonalisa

Recent Posts

ଧାନ ତଳି ପକାଇବା ପାଇଁ ବିଲରୁ ଘାସ କାଟି ସଫା କରୁଥିଲେ, ଇଲେକ୍ଟ୍ରି ତାର ଲାଗି କୈଳାସଙ୍କ ମୃତ୍ୟୁ

ମାର୍ଶାଘାଇ(କେନ୍ୟୁଜ): ସକାଳୁ ସକାଳୁ ଯାଇଥିଲେ କ୍ଷେତକୁ । ଧାନ ତଳି ପକାଇବା ପାଇଁ । ହେଲେ ସେ କଣ ଜାଣିଥିଲେ…

25 mins ago

ବିଏସକେଓ୍ଵାଇ କାର୍ଡ଼ କଣ ବନ୍ଦ ହୋଇଗଲା ? କେତେ ସତ କେତେ ମିଛ

ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ଆଉ କାମ କରୁନି ? ଲକ୍ଷ୍ମୀ ବସ୍‌ ଆଉ ଚାଲୁନି ? ଆହାର ଆଉ ମିଳିବ…

31 mins ago

ଦଳୀୟ ନେତାଙ୍କ ମନୋବଳ ବଢ଼ାଇଲେ ନବୀନ, ନିଜ ଅଞ୍ଚଳବାସୀଙ୍କ ସହ କାମ କରିବାକୁ ଦେଲେ ପରାମର୍ଶ

ଭୁବନେଶ୍ୱର(କେନ୍ୟୁଜ୍‌): ଓଡ଼ିଶା ପାଇଁ ପରିଶ୍ରମ କରିଛୁ, ଆଗକୁ କରିବୁ । ୨୪ ବର୍ଷର ଶାସନକୁ ନେଇ କୌଣସି ଲାଜ କରିବାର…

45 mins ago

ଆସିଲା ହାତୀ ଗଣନା ରିପୋର୍ଟ, ରାଜ୍ୟରେ ମୋଟ ୨୦୯୮ ହାତୀ

ଭୁବନେଶ୍ୱର(କେନ୍ୟୁଜ୍‌): ଆସିଲା ରାଜ୍ୟର ନିଜସ୍ଵ ହାତୀ ଗଣନା ରିପୋର୍ଟ । ୭ ବର୍ଷରେ ରାଜ୍ୟରେ ହାତୀ ସଂଖ୍ୟା ବଢ଼ିଛି ମାତ୍ର…

2 hours ago

ନବୀନ ନିବାସରେ ବିଜେଡିର ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ନବୀନ ନିବାସରେ ବିଜେଡିର ବୈଠକ । ନବ ନିର୍ବାଚିତ ବିଜେଡି ବିଧାୟକଙ୍କ ନବୀନ ନିବାସରେ ଭିଡ଼ । ନବୀନ…

2 hours ago

ଏନଡିଏର ପୂର୍ଣ୍ଣ ସମର୍ଥନ, ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦି ଆଗାମୀ ପ୍ରଧାନମନ୍ତ୍ରୀ । ଏନଡିଏ ବୈଠକରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ନାମରେ ମୋହର ବାଜିଛି…

3 hours ago