Below header

ଯାଜପୁରରୁ ବାହାଘର ସାରି ଫେରୁଥିବାବେଳେ ସୋର କୁପାରି ରାସ୍ତା ପିତାକାଳିଆ ପୋଲ ତଳକୁ ଖସିଲା ବରଯାତ୍ରୀ କାର୍: ଜଣେ ମୃତ, ୩ ଗୁରୁତର

ସୋର: ବରଯାତ୍ରୀ ଗାଡି ଦୁର୍ଘଟଣା ଜଣେ ମୃତ ୩ ଗୁରୁତର । ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ୍ ଅଘିରାପଦାରୁ ଯାଜପୁର ବରଯାତ୍ରୀ ଯାଇ ବାହାଘର  ସାରି ଫେରୁଥିବା ବେଳେ ସୋର କୁପାରି ରାସ୍ତା ପିତାକାଳିଆ ପୋଲ ନିକଟରେ ଜଣେ ବାଇକ୍ ଆରୋହିକୁ ବଞ୍ଚାଇବାକୁ ଯାଇ କାରଟି ପୋଲ ତଳକୁ ଖସି ପଡିଥିଲା ।

ଫଳରେ କାର ଭିତରେ ଥିବା ଜଣେ ଯାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ ଜଣ ଯାତ୍ରୀ ଗରୁତର ଆହାତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ସୋର ପୋଲିସ ପହଞ୍ଚି  ବାଇକ୍ ଆରୋହିଙ୍କୁ ଅଟକ ରଖିଥିବା ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.