Below header

କରୋନା ସଂକ୍ରମଣ ମିଳିଲେ ମଧ୍ୟ ସମସ୍ତେ ଅଫିସ ଆସିବାକୁ ବାଧ୍ୟ, ସିଲ୍ ହେବନି ଅଫିସ, ମିଳିବନି ଛୁଟି

ଅଫିସରେ ଏବେ କରୋନା ସଂକ୍ରମଣ ମିଳିଲା ପରେ ମଧ୍ୟ ବନ୍ଦ କିମ୍ବା ସିଲ୍ କରାଯିବ ନାହିଁ। କେନ୍ଦ୍ରୀୟ ସ୍ବାସ୍ଥ୍ଯ ମନ୍ତ୍ରଣାଳୟ ତରଫରୁ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି। କେନ୍ଦ୍ର ସରକାରୀ କର୍ମଚାରୀ ଏବେ ସବୁ କାର୍ଯ୍ୟ ଦିବସରେ କାର୍ଯ୍ୟାଳୟରେ ଉପସ୍ଥିତ ରହିବା ଜରୁରୀ । ତେବେ କୌଣସି ଶ୍ରେଣୀର କର୍ମଚାରୀଙ୍କ ପାଇଁ ନିୟମ କୋହଳ ହେବ ନାହିଁ । ରାଜଧାନୀ ଦିଲ୍ଲୀ ସମେତ ଦେଶରେ କରୋନା ମାମଲା ହ୍ରାସ ପାଇଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ କେବଳ କଣ୍ଟନମେଣ୍ଟ ଜୋନରେ କର୍ମଚାରୀଙ୍କ ପାଇଁ କଟକଣା କୋହଳ କରାଯିବ ।

କେନ୍ଦ୍ର ସରକାର ଗତ ମେ ମାସରୁ ଅଫିସରେ ୫୦ ପ୍ରତିଶତ ଅଧିକାରୀଙ୍କୁ ନେଇ ନିଜ କାର୍ଯ୍ୟାଳୟରେ କାମ କରିବା ପାଇଁ କହିଥିଲେ । କିନ୍ତୁ ଶନିବାର ବିଳମ୍ବିତ ରାତ୍ରରେ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ସମସ୍ତ ସରକାରୀ କର୍ମଚାରୀ ସବୁ କାର୍ଯ୍ୟଦିବସରେ ଅଫିସ୍ ଯିବେ । ତେବେ ଆଗାମୀ ନିର୍ଦ୍ଦେଶ ଯାଏଁ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ ।

ଆହୁରି ମଧ୍ୟ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, ଯେଉଁ ଅଧିକାରୀ ଓ କର୍ମଚାରୀ କଣ୍ଟେନମେଣ୍ଟ ଜୋନରେ ରହୁଛନ୍ତି ସେମାନେ ଘରୁ କାମ କରିବେ । ଫୋନରେ ସେମାନେ ଅଫିସ କଥା ବୁଝିବେ । ବୈଠକ ମଧ୍ୟ ଭିଡିଓ କନଫରେନ୍ସିରେ ଚାଲିବ ବୋଲି ନିର୍ଦ୍ଦେଶ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.