ମହାରାଷ୍ଟ୍ର: ଓଲଟିଲା ଶ୍ରମିକ ବୋଝେଇ ଟ୍ରକ, ୧୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଜଳଗାଁଓରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଫଳରେ ୧୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ଦୁଇ ଜଣ ଶିଶୁ ମଧ୍ୟ ରହିଛନ୍ତି। ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଖବର ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ମହାରାଷ୍ଟ୍ର ଜଳଗାଁଓ ଜିଲ୍ଲା ଅଞ୍ଚଳରେ ଦୁର୍ଘଟଣା ଘଟିଛି । ଅମୃତଭଣ୍ଡା ଭର୍ତ୍ତି ଏକ ଟ୍ରକ ଧୁଲେରୁ ରାଓ୍ୱଳ ଯାଉଥିଲା ଏବଂ ଗାଡିରେ କିଛି ଶ୍ରମିକ ମଧ୍ୟ ଯାଉଥିଲେ । କିନ୍ତୁ ରାସ୍ତାରେ ଗାଡିଟି ଭାରସାମ୍ୟ ହରାଇ ଓଲଟି ପଡିଛି । ଯାହାଫଳରେ କି ଗାଡ଼ିରେ ଥିବା ଶ୍ରମିକମାନେ ତଳେ ଚାପି ହୋଇ ପ୍ରାଣ ଚାଲିଯାଇଛି। ଦୁର୍ଘଟଣା ବିଷୟରେ ଖବର ପାଇଁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।

ପୋଲିସ କହିବା ମୁତାବିକ, ସମସ୍ତ ଶ୍ରମିକ ଅଭୋଦା, କରହଳା ଓ ରାଓ୍ୱେର ଜିଲ୍ଲାର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.