Categories: ରାଜ୍ୟ

କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର, କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ବର (କେନ୍ୟୁଜ୍) : କାଳିଆ ଯୋଜନା ନିୟମାବଳୀରେ ସଂଶୋଧନ ଆଣିଲେ ରାଜ୍ୟ ସରକାର । କ୍ୟାବିନେଟ୍‌ ମଞ୍ଜୁରୀ ପରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । କ୍ୟାବିନେଟ୍‌ କାଳିଆ ଓ ପିଏମ୍‌ କିଶାନର ପରିଚାଳନା ନିୟମାବଳୀର ତର୍ଜମା କରିବା ପରେ ଏହି ପଦକ୍ଷେପ ନିଆଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ସବୁ ଯୋଗ୍ୟ ଚାଷୀ ପିଏମ୍‌ କିଶାନରୁ ସହାୟତା ପାଇବେ । ସବୁ ଯୋଗ୍ୟ ଚାଷୀ ପିଏମ୍‌ କିଶାନରେ ସହାୟତା ପାଉଥିବାରୁ ରବି ଚାଷ ପାଇଁ ଏହି ବର୍ଷ କାଳିଆ ଯୋଜନାରେ ଆଉ ଚାଷୀଙ୍କୁ ସହାୟତା ମିଳିବ ନାହିଁ ।

କ୍ଷୁଦ୍ର ଓ ନାମମାତ୍ର ଚାଷୀ ୨୦୨୦-୨୧ରୁ ପିଏମ୍‌ କିଶାନରୁ ୬ ହଜାର ଓ କାଳିଆରୁ ୪ ହଜାର ଟଙ୍କା ପାଇବେ । ବଡ଼ ଚାଷୀ ପିଏମ୍‌ କିଶାନରୁ ୬ ହଜାର ଟଙ୍କା ପାଇବେ । ବଡ଼ ଚାଷୀମାନେ ଅନ୍‌ ଲାଇନ୍‌ରେ ଆବେଦନ କରିପାରିବେ । ସେହିପରି ଭାଗଚାଷୀ କେବଳ କାଳିଆ ଯୋଜନାରେ ସହାୟତା ପାଇବେ । ଭାଗ ଚାଷୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ମିଳିବ ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

7 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago