ରାଜ୍ୟ

ଆସନ୍ତା କାଲି ଠାରୁ ଅନଲାଇନରେ ମିଳିବ ମଦ,କିନ୍ତୁ ୫୦% ମହଙ୍ଗା ଦରରେ

କେନ୍ୟୁଜ୍ (ବ୍ୟୁରୋ): ଆସନ୍ତା କାଲି ଅନଲାଇନରେ ମିଳିବ ମଦ। ରାଜ୍ୟ ସରକାର ଅନଲାଇନରେ ମଦ ବିକ୍ରିକୁ ଅନୁମତି ଦେଇଛନ୍ତି। ଏଣିକି ଘରେ ବସି ମଦ ଅର୍ଡର କରିପାରିବେ ଲୋକେ। ତେବେ ଏହି ମଦ ଉପରେ ୫୦ ପ୍ରତିଶତ ସ୍ପେଶାଲ କୋଭିଡ ଫି ଲାଗୁ ହେବ। ଆସନ୍ତା କାଲିଠାରୁ ହୋମ୍‌ ଡେଲିଭରିରେ ମିଳିବା ପରେ ଏହି ଫି ଲାଗୁ ହେବ। ସମସ୍ତ ବିଦେଶୀ ମଦ ଓ ବିୟର ଉପରେ ଏହା ଲାଗୁ ହେବ। ୨୦୧୯-୨୦ MRP ଉପରେ ୫୦% ଦର ବୃଦ୍ଧି ଏହି ସ୍ୱତନ୍ତ୍ର କୋଭିଡ ଫି କରୋନା ରୋଗୀଙ୍କ ଚିକିତ୍ସା ଓ କରୋନା ମୁକାବିଲାରେ ବ୍ୟୟ କରାଯିବ। ଅନ୍‌ଲାଇନ୍‌ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ୍‌ ଡେଲିଭରି ଦେଇପାରିବେ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କଣ୍ଟେନମେଣ୍ଟ ଜୋନ୍‌ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ମଦର ହୋମ୍‌ ଡେଲିଭରି ହୋଇପାରିବ ବୋଲି କୁହାଯାଇଛି।

କରୋନା ଭାଇରସ ପାଇଁ ସାମାଜିକ ଦୂରତାକୁ ନଜରରେ ରଖି ମଦର ଡେଲିଭରି ଦେବା ପାଇଁ ଏହିଭଳି ବ୍ୟବସ୍ଥା ହୋଇଛି। ଏହି ଅନୁସାରେ ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ସପ୍‌ରେ ଏକ ଡିସ୍‌ପ୍ଲେ ରହିବ। ଏହି ଡିସ୍‌ପ୍ଲେରେ ଫୋନ୍‌ ନମ୍ବର, ହ୍ୱାଟ୍ସଆପ୍‌ ନମ୍ବର, ଓ ଇ-ମେଲ୍‌ ଆଇଡି ମଧ୍ୟ ରହିବ।

OSBC(osbc.co.in) ଏହି ୱେବ୍‌ସାଇଟ୍‌ରେ ସମସ୍ତ ପ୍ରକାର ମଦର ମୂଲ୍ୟ ସହିତ ଜିଲ୍ଲାୱାରୀ ତଥ୍ୟ ମଧ୍ୟ ରହିବ। ରିଟେଲର ମଧ୍ୟ ଏହି ହୋମ୍ ଡେଲିଭର ବ୍ୟବସ୍ଥାରେ ମଦ ପାଇପାରିବେ। ତେବେ ଦୋକାନ ସାମ୍ନାରେ ଯେମିତି ଭିଡ଼ ନ ଲାଗେ ସେ ନେଇ ସରକାରଙ୍କ ପକ୍ଷରୁ ସର୍ତ୍ତ ରଖାଯାଇଛି।

୧ ହଜାର ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି ହୋଇପାରିବ। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ।

 

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago