ଭୁବନେଶ୍ୱର (କେ ନ୍ୟୁଜ୍) : ରାଜ୍ୟରେ କରୋନା ଭାଇରସ୍ର ଗୋଷ୍ଠୀ ସଂକ୍ରମଣ ବା କମ୍ୟୁନିଟି ସ୍ପ୍ରେଡିଂର ଆଶଙ୍କା ଦେଇଛି । ତେଣୁ ରାଜ୍ୟ ସରକାର ନେଇଛନ୍ତି ଆହୁରି କଠୋର ପଦକ୍ଷେପ । ୪୮ ଘଣ୍ଟା ପାଇଁ ପୂରା ଭୁବନେଶ୍ୱର ଓ ଭଦ୍ରକ ସହରକୁ ଲକ୍ଡାଉନ୍ରୁ ସଟ୍ ଡାଉନ୍ କରିବାକୁ ଯାଉଛନ୍ତି । ଭୁବନେଶ୍ୱର ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ବନ୍ଦ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ । ସାଇଣ୍ଟିଫିକ୍ ସର୍ଭିଲାନ୍ସ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ ଏଇ ସପ୍ତାହ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ଠାରୁ ବହୁତ ସହଯୋଗ ମିଳିଛି ଏବଂ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ଆଗକୁ ସମ୍ପୂର୍ଣ୍ଣ ସହଯୋଗ ଲୋଡ଼ା ଯାଇଛି । ଏହି ୪୮ ଘଣ୍ଟା ପୂରା ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।
ପୋଲିସ୍ ଡିଜି ଅଭୟ କହିଛନ୍ତି । ୪୮ ଘଣ୍ଟା ଯାଏ ସମ୍ପୂର୍ଣ୍ଣ କଡ଼ା ନିୟମ ପାଳନ କରାଯିବ । ଆଗରୁ ଖୋଲୁଥିବା ଗ୍ରୋସରୀ, ଔଷଧ, ପନିପରିବା, ମାଛମାଂସ ଓ କ୍ଷୀର ଦୋକାନ ବନ୍ଦ ରହିବ ।
ପୂର୍ବରୁ ଦିଆଯାଇଥିବା ସବୁ ପାସ୍କୁ ରଦ୍ଦ କରାଯାଇଛି । ୪୮ ଘଣ୍ଟା ଯାଏ ଏସବୁ ବାତିଲ ହେବ । ଅତି ଆବଶ୍ୟକଙ୍କୁ ନୂଆ ପାସ୍ ଦିଆଯିବ ବୋଲି ଡିଜି କହିଛନ୍ତି । ସ୍ୱାସ୍ଥ୍ୟସେବା ଓ ମାଲବାହୀ ଗାଡ଼ିଙ୍କୁ ଅନୁମତି ଦିଆଯାଇଛି। ଜାତୀୟ ରାଜପଥରେ ଯାଆସ ପାଇଁ ଅନୁମତି ଦିଆଯାଇଛି ।
ସେହିପରି ଆଉ କିଛି ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିଛି । ଏହି ସମୟରେ ଅଳ୍ପ କିଛି ଔଷଧ ଦୋକାନ ଖୋଲା ରହିବ । କାହାର ଅଚାନକ ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ଘରୁ ନେଇଯିବ ।
ଏହି ସମୟ ଭିତରେ କେହି ନିୟମ ଭାଙ୍ଗିଲେ ତାଙ୍କୁ ପୋଲିସ୍ ଉଠାଇ ନେଇ ୧୪ ଦିନ ସରକାରୀ କ୍ୱାରେଣ୍ଟାନ୍ରେ ରଖିବ ବୋଲି ପୋଲିସ୍ ଡିଜି ଅଭୟ ସୂଚନା ଦେଇଛନ୍ତି ।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…