ଭୁବନେଶ୍ୱର ଓ ଭଦ୍ରକ ହେବ ସମ୍ପୂର୍ଣ୍ଣ ବନ୍ଦ, ଆଜି ରାତି ୮ରୁ ରବିବାର ରାତି ୮ଟା ଯାଏଁ ପୂରା ସଟଡାଉନ୍ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ କରୋନା ଭାଇରସ୍‌ର ଗୋଷ୍ଠୀ ସଂକ୍ରମଣ ବା କମ୍ୟୁନିଟି ସ୍ପ୍ରେଡିଂର ଆଶଙ୍କା ଦେଇଛି । ତେଣୁ ରାଜ୍ୟ ସରକାର ନେଇଛନ୍ତି ଆହୁରି କଠୋର ପଦକ୍ଷେପ । ୪୮ ଘଣ୍ଟା ପାଇଁ ପୂରା ଭୁବନେଶ୍ୱର ଓ ଭଦ୍ରକ ସହରକୁ ଲକ୍‌ଡାଉନ୍‌ରୁ ସଟ୍‌ ଡାଉନ୍‌ କରିବାକୁ ଯାଉଛନ୍ତି । ଭୁବନେଶ୍ୱର ଓ ଭଦ୍ରକରେ ଆଜି ରାତି ୮ଟାରୁ ରବିବାର ରାତି ୮ଟା ବନ୍ଦ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଲେ । ସାଇଣ୍ଟିଫିକ୍‌ ସର୍ଭିଲାନ୍ସ ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।

sc dgସେ କହିଛନ୍ତି ଯେ ରାଜ୍ୟରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ ହେଉଛନ୍ତି ଭୁବନେଶ୍ୱରର (ମୋଟ୍‌ ୪ଟି) ଏବଂ ଭଦ୍ରକରେ ୨୦ ପ୍ରତିଶତ (୧) । ତେଣୁ ପ୍ରଥମେ ଏହି ଦୁଇ ସହରକୁ ସଟ୍‌ ଡାଉନ୍‌ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମେ ବିଦେଶରୁ ଫେରିଥିବା ବ୍ୟକ୍ତିଙ୍କ ଦ୍ୱାରା ସଂକ୍ରମଣ ହେଉଥିଲା । ହେଲେ ସୂର୍ଯ୍ୟନଗର ମାମଲା ଚିନ୍ତା ବଢ଼ାଇ ଦେଇଛି । ପଞ୍ଚମ ପଜେଟିଭ୍‌ ବ୍ୟକ୍ତି କିଭଳି ଭାବେ ସଂକ୍ରମିତ ହେଲେ ତାହା ସ୍ପଷ୍ଟ ହୋଇନାହିଁ । କାରଣ ସେ ଦେଶ ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯାଇନଥିଲେ । ତାଙ୍କୁ କିଭଳି ଭାବେ କୋଭିଡ୍‌-୧୯ ସଂକ୍ରମଣ ହେଲା ତାର ଜୋରଦାର ଯାଞ୍ଚ କରାଯିବ । ସେହିପରି ଭଦ୍ରକରେ ମଧ୍ୟ ଚିହ୍ନଟ ହୋଇଥିବା ଚତୁର୍ଥ ବ୍ୟକ୍ତିଙ୍କ ପରେ ସେଠାରେ ଯାଞ୍ଚ କରାଯିବ । ସେଥିଲାଗି ଏହି ୪୮ ଘଣ୍ଟା ଯାଏ ଏହି ଦୁଇ ସହରକୁ ସଟ୍‌ ଡାଉନ୍‌ କରାଯାଉଛି ।
ମୁଖ୍ୟ ଶାସନ ସଚିବ ଆହୁରି କହିଛନ୍ତି ଯେ ଏଇ ସପ୍ତାହ ରାଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବର୍ତ୍ତମାନ ସମୟରେ ଜନସାଧାରଣଙ୍କ ଠାରୁ ବହୁତ ସହଯୋଗ ମିଳିଛି ଏବଂ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ଥିବାରୁ ଆଗକୁ ସମ୍ପୂର୍ଣ୍ଣ ସହଯୋଗ ଲୋଡ଼ା ଯାଇଛି । ଏହି ୪୮ ଘଣ୍ଟା ପୂରା ସହଯୋଗ କରିବାକୁ ସେ ନିବେଦନ କରିଛନ୍ତି ।

ସଟ୍‌ ଡାଉନ୍‌ରେ କଣ ଖୋଲା ରହିବ କଣ ବନ୍ଦ ରହିବ

ପୋଲିସ୍‌ ଡିଜି ଅଭୟ କହିଛନ୍ତି । ୪୮ ଘଣ୍ଟା ଯାଏ ସମ୍ପୂର୍ଣ୍ଣ କଡ଼ା ନିୟମ ପାଳନ କରାଯିବ । ଆଗରୁ ଖୋଲୁଥିବା ଗ୍ରୋସରୀ, ଔଷଧ, ପନିପରିବା, ମାଛମାଂସ ଓ କ୍ଷୀର ଦୋକାନ ବନ୍ଦ ରହିବ ।
ପୂର୍ବରୁ ଦିଆଯାଇଥିବା ସବୁ ପାସ୍‌କୁ ରଦ୍ଦ କରାଯାଇଛି । ୪୮ ଘଣ୍ଟା ଯାଏ ଏସବୁ ବାତିଲ ହେବ । ଅତି ଆବଶ୍ୟକଙ୍କୁ ନୂଆ ପାସ୍‌ ଦିଆଯିବ ବୋଲି ଡିଜି କହିଛନ୍ତି । ସ୍ୱାସ୍ଥ୍ୟସେବା ଓ ମାଲବାହୀ ଗାଡ଼ିଙ୍କୁ ଅନୁମତି ଦିଆଯାଇଛି। ଜାତୀୟ ରାଜପଥରେ ଯାଆସ ପାଇଁ ଅନୁମତି ଦିଆଯାଇଛି ।
ସେହିପରି ଆଉ କିଛି ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିଛି । ଏହି ସମୟରେ ଅଳ୍ପ କିଛି ଔଷଧ ଦୋକାନ ଖୋଲା ରହିବ । କାହାର ଅଚାନକ ଦେହ ଖରାପ ହେଲେ ଆମ୍ବୁଲାନ୍ସ ଆସି ରୋଗୀଙ୍କୁ ଘରୁ ନେଇଯିବ ।
ଏହି ସମୟ ଭିତରେ କେହି ନିୟମ ଭାଙ୍ଗିଲେ ତାଙ୍କୁ ପୋଲିସ୍‌ ଉଠାଇ ନେଇ ୧୪ ଦିନ ସରକାରୀ କ୍ୱାରେଣ୍ଟାନ୍‌ରେ ରଖିବ ବୋଲି ପୋଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.