Below header

ପୁଂଛ ପରେ ସୁନ୍ଦରବନୀ ସେକ୍ଟରରେ ଗୋଳାବର୍ଷଣ କଲା ପାକିସ୍ତାନ, ୬ ଭାରତୀୟ ଯବାନ ଆହତ

ପାକିସ୍ତାନ କେବେ ତା’ର ଘୃଣ୍ୟ କାର୍ଯ୍ୟରୁ ବାଦ ଆସିନାହିଁ । ପାକିସ୍ତାନ ସେନା ସିଜଫାୟାରର ଉଲଙ୍ଘନ କରି ଭାରତୀୟ ସେନାର ଅନେକ ଆଡ୍ଡା ଉପରେ ଆକ୍ରମଣ କରିଛି । ଖବର ମୁତାବକ, ପାକିସ୍ତାନ ସେନା ରୋଜୋରୀ ଜିଲ୍ଲାର ସୁନ୍ଦରବନୀ ସେକ୍ଟରରେ ଗୋଳାବର୍ଷଣ କରିଛି । ଏହି ଗୋଳାବର୍ଷଣରେ ୬ ଜଣ ଯବାନ ଆହତ ହୋଇଛନ୍ତି । ପାକିସ୍ତାନ ସେନାର ଏପରି କାର୍ଯ୍ୟରେ ଭାରତୀୟ ସେନା ମୁହଁତୋଡ ଜବାବ ମଧ୍ୟ ଦେଇଛି । ଭାରତୀୟ ସେନାର ପାଲଟା ଆକ୍ରମଣରେ ତିନି ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି । ଆହତ ହୋଇଥିବା ଭାରତୀୟ ଯବାନଙ୍କୁ ନିକଟସ୍ଥା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Army

ସୂଚନାଯୋଗ୍ୟ, ଗତ ରିବାର ଦିନ ଅଚାନକ ପୁଂଛ ଜିଲ୍ଲାର ବାଲାକୋଟ ସେକ୍ଟରରେ ପ୍ରବଳ ଗୋଳାବର୍ଷଣ କରାଯାଇଥିଲା । ଯାହାପରେ ଭାରତୀୟ ସେନା ପାଲଟା ଆକ୍ରମଣରେ ପାକିସ୍ତାନ ଡରିଯାଇଥିଲା । କିନ୍ତୁ ପାକିସ୍ତାନ ମଧ୍ୟ ଭାରତୀୟ ସେନା ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ଭାରତୀୟ ସେନାର ଦୁଇଜଣ ଯବାନ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.