ଘରେ ରହି ମଧ୍ୟ କରିପାରିବେ କାରୋନାର ମୂଳପୋଛ, କେବଳ ଏହା ଉପରେ ରଖନ୍ତୁ ଧ୍ୟାନ

କାରୋନା ଭାଇରସ ଆଜି ସାରା ଦୁନିଆ ପାଇଁ ବହୁତ ବଡ଼ ସମସ୍ୟା ହୋଇ ଛିଡା ହୋଇଛି। କାରୋନା ମହାମାରୀ ସାରା ବିଶ୍ବରେ ତାର କାୟା ବିସ୍ତାର କରିସାରିଲାଣି। ବିଶ୍ଵରେ ଏହି କାରୋନା ଭୂତାଣୁ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ତାର ଶିକାର ବନାଇସାରିଲାଣି। ସେଥିପାଇଁ ଦିନକୁ ଦିନ ବଢି ଚାଲିଥିବା ଏହି ସଂକ୍ରମଣକୁ ରୋକିବା ପାଇଁ ଦେଶ ଦୁନିଆରେ ଲକଡାଉନ କରାଯାଇଛି। କିନ୍ତୁ ପ୍ରାୟ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଆସୁଛି କଣ ଲକଡାଉନ ଦ୍ୱାରା କାରୋନାକୁ ମାତ ଦେଇହେବ? ଆପଣଙ୍କୁ ଏହା ଜାଣିବା ଜରୁରୀ ଯେ ଲକଡାଉନ ଦ୍ୱାରା ଏହାର ବଢୁଥିବା ପ୍ରକୋପକୁ ରୋକା ଯାଇପାରିବ।

coronaaaକିନ୍ତୁ ଆପଣଙ୍କୁ ଏହାସହିତ ଆହୁରି ଅନେକ କଥାକୁ ଧ୍ୟାନରେ ରଖି ଏହାକୁ ସଫଳ କରିବାକୁ ହେବ ଏବଂ ନିଜ ପରିବାରର ତଥା ନିଜ ଦେଶ ପ୍ରତି କର୍ତ୍ତବ୍ୟ କରିପାରିବେ। ଥଣ୍ଡା – କାଶ, ଜୋର, ନିଶ୍ଵାସ ନେବାରେ କଷ୍ଟ ଆଦି ସମସ୍ୟା କିମ୍ବା ଲକ୍ଷଣ ଦେଖାଗଲେ ତୁରନ୍ତ ଡ଼ାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ। ମନେ ରଖନ୍ତୁ ଯେପରି ଲୋକଙ୍କ ଠାରୁ ଦୂରତା ରକ୍ଷା କରନ୍ତି। କାହିଁକିନା ଅପଣଙ୍କ ସତର୍କତା ଦେଶର ଅନେକ ଲୋକଙ୍କ ଜୀବନ ରକ୍ଷା କରିପାରିବ। ନିଜର ଯତ୍ନ ନେବା ସହିତ ଅନ୍ୟମାନଙ୍କର ମଧ୍ୟ ଯତ୍ନ ନିଅନ୍ତୁ। ଏହି ସବୁ କଥା ସେତେବେଳେ ସମ୍ଭବ ହେବ ଯେତେବେଳେ ଆପଣ ଏହି କଥାକୁ ଧ୍ୟାନରେ ରଖିବେ।

corona

  • ଲକଡାଉନର ପାଳନ କରନ୍ତୁ
  • ସୋସିଆଲ ଡିସଟାନ୍ସ ଅର୍ଥାତ ଲୋକଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ
  • ଘରୁ ବାହାରକୁ ବାହାରନ୍ତୁ ନାହିଁ
  • ହାତକୁ ବାରମ୍ବାର ଧୁଅନ୍ତୁ
  • ପରିସ୍କାର ରୁହନ୍ତୁ
  • ମିଥ୍ୟା ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ
  • ଗୁଜବ ସୃଷ୍ଟି କରନ୍ତୁନାହିଁ
  • ନିଜର ଏବଂ ନିଜ ପରିବାରକୁ ଘରେ ସୁରକ୍ଷିତ ରଖନ୍ତୁ
  • ଅତିକମରେ ଆଗାମୀ ୮ ରୁ ୧୦ ଦିନ ପାଇଁ ଘରେ ବନ୍ଦୀ ହୋଇ ରୁହନ୍ତୁ
  • ପଡୋଶୀ, ସମ୍ପର୍କୀୟ ଏବଂ ବନ୍ଧୁବାନ୍ଧବଙ୍କ ସହିତ ଫୋନରେ ସମ୍ପର୍କ ରଖନ୍ତୁ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.