ରାସ୍ତାରେ ନାଚୁଥିବାର ନଜର ଆସିଲା ମୟୂର

ଲକଡାଉନ କାରଣରୁ ବର୍ତ୍ତମାନ ମୁମ୍ବାଇ ସହରର ରାସ୍ତା ମଧ୍ୟ ଜନଶୂନ୍ୟ ହୋଇଯାଇଛି। ଭାଇରସ ବ୍ୟାପିବା କାରଣରୁ ଲୋକମାନଙ୍କୁ ଘରୁ ନବାହାରିବା ପାଇଁ ସଚେତନ କରାଯାଇଛି। ଏଥିପାଇଁ ସର୍ବଦା ହାତ ଧୋଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ କୁହାଯାଉଛି। କିନ୍ତୁ ଏନେଇ ପଶୁ-ପକ୍ଷୀଙ୍କ ମଧ୍ୟରେ କିଛି ଭୟ ନାହିଁ। ସେମାନେ ଖୁବ ମଜରେ ରାସ୍ତାରେ ବୁଲୁଥିବାର ନଜର ଆସିଛନ୍ତି। ଯେଉଁ ରାସ୍ତାରେ ଦିନ ରାତି ଯାନ ବାହନର ଭିଡ ଦେଖିବାକୁ ମିଳୁଥିଲା, ସେହି ମୁମ୍ବାଇ ସହର ରାସ୍ତାରେ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣମାନଙ୍କ ମନ ମଧ୍ୟ ଖୁସିରେ ନାଚି ଉଠିବ।

ଏହି ଭିଡ଼ିଓ ଲୋକପ୍ରିୟ ଫଟୋଗ୍ରାଫର ମାନବ ମଂଗଲାନି ଗତ ୨ ଏପ୍ରିଲରେ ନିଜର ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଭିଡ଼ିଓ ସେୟାର କରି ଲେଖିଛନ୍ତି, “ମୁମ୍ବାଇର ଖାଲି ରାସ୍ତାରେ ନାଚୁଛି ମୟୂର।” ସୂଚନା ଅନୁଯାୟୀ ଏହି ଭିଡ଼ିଓକୁ ବର୍ତ୍ତମାନ ୪୫ହଜାରରୁ ଅଧିକ ଲୋକ ଦେଖିସାରିଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.