ଗାଁ ଭିତରେ ପୂରାଇ ଦେଲେ ନାହିଁ ଗ୍ରାମବାସୀ, 60 ବର୍ଷର ବୃଦ୍ଧ ଡଙ୍ଗା ଉପରେ ନିଜକୁ କଲେ କ୍ଵାରେଣ୍ଟାଇନ

ପଶ୍ଚିମବଙ୍ଗର ମାଲଦାରେ ଜଣେ 60 ବର୍ଷୀୟ ବୃଦ୍ଧ ଡଙ୍ଗା ଉପରେ ହିଁ ଜୀବନ ଜିଇଁବାକୁ ବାଧ୍ୟ ହୋଇଛନ୍ତି । ସେ ଗତ 4 ଦିନ ହେବ ଡଙ୍ଗା ଉପରେ ରହୁଛନ୍ତି । ତାଙ୍କ ନାଁ ନିରଞ୍ଜନ ହଲଦର, ଘର ନଦିଆ ଜିଲ୍ଲାର ନବଦ୍ୱୀପରେ । କିନ୍ତୁ ସେ ଏବେ ହବିବପୁର ବ୍ଲକର ଦୋବାପାରା ଅଞ୍ଚଳରେ ଡଙ୍ଗା ଉପରେ ବାସ କରୁଛନ୍ତି ।

ନିରଞ୍ଜନଙ୍କ କହିବା ହେଲା, କରୋନା ଭାଇରସ ଆରମ୍ଭ ହେବା ପରେ ପରେ ତାଙ୍କୁ ଜ୍ୱର ଆସିଯାଇଥିଲା । ଏହା ଦେଖି ଗ୍ରାମବାସୀମାନେ ତାଙ୍କୁ ଗାଁ ଭିତରେ ପ୍ରବେଶ କରିବାକୁ ଦେଇ ନ ଥିଲେ । ଯାହାଫଳରେ ସେ ଡଙ୍ଗାରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସ୍ଥାନୀୟ ଡାକ୍ତରଙ୍କ ଦ୍ୱାରା 14 ଦିନ ଅଲଗା ରହିବାକୁ ପରାମର୍ଶ ମିଳିବା ପରେ ନିରଞ୍ଜନ ଡଙ୍ଗା ଉପରେ ହିଁ ରହି ଆସୁଛନ୍ତି ।

a

ସୂଚନା ଥାଉ କି, ନିରଞ୍ଜନ ହବିବପୁରରେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସେଠାରେ ସେ ଅସୁସ୍ଥ ହୋଇପଡିଥିଲେ। ସେଠାକାର ଡାକ୍ତର ତାଙ୍କୁ କ୍ଵାରେଣ୍ଟାଇନରେ ରହିବାକୁ କହିଥିଲେ । ଏହି ଖବର ଗ୍ରାମବାସୀଙ୍କ ପାଖରେ ପହଞ୍ଚିଯାଇଥିଲା । ଏହାପରେ ସେମାନେ ନିରଞ୍ଜନଙ୍କୁ ଅଲଗା ରହିବାକୁ ବାଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.