ଆଇଟି ସେକ୍ଟର ଉପରେ କରୋନା ମାଡ଼ : ସଙ୍କଟରେ ୧.୫ ଲକ୍ଷ ଚାକିରି

କରୋନା ଭୂତାଣୁ ଦେଶ ମଧ୍ୟରେ ଏବେ ବ୍ୟାପିଚାଲିଥିବା ବେଳେ ଦେଶର ବିମାନଚଳାଚଳ, ହୋଟେଲ ଏବଂ ମିଡିଆ କମ୍ପାନୀଗୁଡିକ ଏବେ ପରିଚାଳନା ନେଇ ଚ୍ୟାଲେଞ୍ଜ ସାମ୍ନା କରୁଛନ୍ତି। ଏହି ଶିଳ୍ପଗୁଡିକର ପରିଚାଳନା ଦିନକୁ ଦିନ ଅନିଶ୍ଚିତତା ଭିତରକୁ ଚାଲିଯାଉଥିବା ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

job 1

ପୁଣେର ଏକ ଛୋଟ ଆଇଟି କମ୍ପାନୀ ଚଳିତମାସରେ ତାର ୬ ଜଣ କର୍ମଚାରୀଙ୍କ ଠାରୁ ଜବରଦସ୍ତ ଇସ୍ତଫା ନେଇଛି । ଏହାଛଡା ଟ୍ରାଭେଲ ଟେକଫାର୍ମା ଫେୟାରପୋର୍ଟାଲ ମଧ୍ୟ ତା’ର ୩୦୦ କର୍ମଚାରୀଙ୍କୁ ଛଟେଇ କରିଛି । ବିଶେଷଜ୍ଞଙ୍କ ମୁତାବକ ଆଗାମୀ ୩ରୁ ୬ ମାସ ମଧ୍ୟରେ ଆଇଟି ସେକ୍ଟରରେ ୧.୫ ଲକ୍ଷ ଲୋକଙ୍କ ଚାକିରି ସଙ୍କଟରେ ରହିଛି । ଏହି ସଙ୍କଟ ଛୋଟ ଆଇଟି କମ୍ପାନୀ ଉପରେ ଅଧିକ ପଡୁଥିବାର ଦେଖିବାକୁ ମିଳୁଛି ।
ଆଇଟି ସେକ୍ଟରେ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ କାର୍ଯ୍ୟରତ ଅଛନ୍ତି । ଯେଉଁଥିରେ ୧୦ରୁ ୧୨ ଲକ୍ଷ କର୍ମଚାରୀ ଛୋଟ ଆଇଟି କମ୍ପାନୀରେ କାମ କରୁଛନ୍ତି । କରୋନା ଭାଇରସ ଯୋଗୁଁ ସଙ୍କଟରେ ଚାଲିଛି ଏହିସବୁ ଛୋଟ ଆଇଟି କମ୍ପାନୀ ।

22

ସାରା ଦେଶରେ ବିମାନ ସେବା ଏବେ ଠପ୍ ହୋଇଥିବା ବେଳେ ଏହା ସହ ଜଡିତ ସପ୍ଲାୟର ଭେଣ୍ଡର ମଧ୍ୟ ସମସ୍ୟା ସାମ୍ନା କରୁଛନ୍ତି। ଦେଶର ବିମାନ କମ୍ପାନୀଗୁଡିକ ପରିଚାଳାନ ଜନିତ କ୍ଷତି ସହିବା ଯୋଗୁ କର୍ମଚାରୀଙ୍କ ବେତନ କାଟ ନେଇ ଘୋଷଣା କରିଛନ୍ତି। ସେହିଭଳି ଆଗାମୀ କିଛି ତ୍ରୈମାସ ଲାଗି ଦେଶର ହୋଟେଲ ଶିଳ୍ପ ପ୍ରଭାବିତ ସ୍ଥିତିରେ ରହିବ ବୋଲି କୁହାଯାଇଛି। ଚଳିତ ବର୍ଷ ପର‌୍ୟ୍ୟଟନ ଶିଳ୍ପ ୧.୫ ଲକ୍ଷ କୋଟି କ୍ଷତି ସହିବ ବୋଲି ରିପୋର୍ଟରେ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.