ରାଜ୍ୟ

ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର ଅଧିକାରୀ ହେଇଛନ୍ତି| ଜନ୍ମ ଠାରୁ ଜହ୍ନ ମାମୁଁକୁ ଦେଖି ବହୁତ ଖୁସି ହୁଅନ୍ତି ସୋହିନୀ। ଗତ କିଛି ଦିନ ତଳେ ସୌର ମଣ୍ଡଳରେ ଗ୍ରହ ମାନଙ୍କର ସ୍ଥିଥି, ମହାଦେଶ ଏବଂ ୧୬୩ ଦେଶଗୁଡିକର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଓଡିଶାକୁ ଗର୍ବିତ କରିଥିଲେ। ସୋହିନୀ ହେଉଛନ୍ତି ଖୋର୍ଦ୍ଧାର ଶ୍ରୀ କମଳେନ୍ଦୁ ନାୟକ ଏବଂ ଡ଼.ରଞ୍ଜନା ରାଣୀ ଦାସଙ୍କର ଏକ ମାତ୍ର ସନ୍ତାନ।

ସାଧାରଣତଃ ଚନ୍ଦ୍ରର ବାହ୍ୟ ପୃଷ୍ଠ, ପୃଥିବୀ ଦୃଷ୍ଟି କୋଣରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା ନିକଟ ଚନ୍ଦ୍ର ପାର୍ଶ୍ୱ ଏବଂ ଦୂର ଚନ୍ଦ୍ର ପାର୍ଶ୍ୱ। ପୃଥିବୀ ପୃଷ୍ଠରୁ ଦେଖା ଯାଉଥିବା ଚନ୍ଦ୍ର ପାର୍ଶ୍ୱକୁ କୁହାଯାଏ ନିକଟ ଚନ୍ଦ୍ର ପାର୍ଶ୍ୱ ଏବଂ ସର୍ବଦା ପୃଥିବୀ ପୃଷ୍ଠରୁ ଦେଖା ଯାଉନଥିବା ଚନ୍ଦ୍ର ପାର୍ଶ୍ୱକୁ କୁହାଯାଏ ଦୂର ଚନ୍ଦ୍ର ପାର୍ଶ୍ୱ | ସୋହିନୀ ନିକଟ ଚନ୍ଦ୍ର ପାର୍ଶ୍ୱର Sea of Tranquillitatis ରେ ୩ ଏକର ଜାଗାର ଅଧିକାରିଣୀ ହେଇଛନ୍ତି। ତାଙ୍କ ଜାଗାର ୫୦୦ କିମି ଦୂରରେ ଅଛି ପ୍ରସିଦ୍ଧ ସ୍ଥାନ ଷ୍ଟେସ ଟ୍ରଙ୍କଇଲିଟି।ଯେଉଁଠି ୧୯୬୯ ମସିହା ଜୁଲାଇ ମାସ ୨୦ ତାରିଖ ଦିନ ପ୍ରଥମ ଥର ପାଇଁ ମନୁଷ୍ୟ ପାଦ ଥାପି ଥିଲା|

ଆଉ ଆମେ ସମସ୍ତେ ପିଲାଦିନେ ପଢିଛୁ ସେହି ପ୍ରଥମ ମହାକାଶଚାରୀ ଜଣକ ହେଉଛନ୍ତି ନେଲ ଆମଷ୍ଟ୍ରଙ୍ଗ। ଯିଏ ପ୍ରଥମେ ପାଦ ଥାପିଥିଲେ ଚନ୍ଦ୍ର ପୃଷ୍ଠରେ| ସୋହିନୀ ସର୍ବଭାରତୀୟ ସ୍ତରରେ ସାଧାରଣତନ୍ତ୍ର ଦିବସରେ ସ୍ପେସିଆଲ ଟଲେଣ୍ଟା ପ୍ରତିଯୋଗିତାରେ ବିଜୟୀ ହୋଇ ଫୈରୀ କିଡ଼ସ ତରଫରୁ ବିଜୟୀ ଟ୍ରଫି ପାଇଛନ୍ତି। ସୋହିନୀ ହେଉଛନ୍ତି ସ୍ୱର୍ଣ୍ଣାଚୂଡ଼ କଲେଜର ଅବସର ପ୍ରାପ୍ତ ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ଦାସଙ୍କର ନାତୁଣୀ।

Sonalisa

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

27 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

34 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago