ଝିଅର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ଜହ୍ନରେ ଜାଗା କିଣିଲେ ବାପା-ମା, ଆଉ ଜନ୍ମଦିନରେ ଦେଲେ ଉପହାର

ଖୋର୍ଦ୍ଧା(କେନ୍ଯୁଜ୍): ପୁଣି ଥରେ ଚର୍ଚ୍ଚାରେ ବିସ୍ମୟ ବାଳିକା ସୋହିନୀ। ତାଙ୍କର ମହାକାଶ ପ୍ରତି ଆନ୍ତରିକ ପ୍ରେମ ଦେଖି ତାଙ୍କ ୪ର୍ଥ ଜନ୍ମଦିନରେ ତାଙ୍କର ବାପା ମା ତାଙ୍କ ପାଇଁ କିଣି ଦେଇଛନ୍ତି ଚନ୍ଦ୍ର ପୃଷ୍ଠର ଜାଗା | ସେ ହେଉଛନ୍ତି ଓଡ଼ିଶାର ପ୍ରଥମ କୁନି ଝିଅ ଯିଏ ଜହ୍ନରେ ନିଜ ଜାଗାର ଅଧିକାରୀ ହେଇଛନ୍ତି| ଜନ୍ମ ଠାରୁ ଜହ୍ନ ମାମୁଁକୁ ଦେଖି ବହୁତ ଖୁସି ହୁଅନ୍ତି ସୋହିନୀ। ଗତ କିଛି ଦିନ ତଳେ ସୌର ମଣ୍ଡଳରେ ଗ୍ରହ ମାନଙ୍କର ସ୍ଥିଥି, ମହାଦେଶ ଏବଂ ୧୬୩ ଦେଶଗୁଡିକର ନାମ କହି ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଓଡିଶାକୁ ଗର୍ବିତ କରିଥିଲେ। ସୋହିନୀ ହେଉଛନ୍ତି ଖୋର୍ଦ୍ଧାର ଶ୍ରୀ କମଳେନ୍ଦୁ ନାୟକ ଏବଂ ଡ଼.ରଞ୍ଜନା ରାଣୀ ଦାସଙ୍କର ଏକ ମାତ୍ର ସନ୍ତାନ।

ସାଧାରଣତଃ ଚନ୍ଦ୍ରର ବାହ୍ୟ ପୃଷ୍ଠ, ପୃଥିବୀ ଦୃଷ୍ଟି କୋଣରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା ନିକଟ ଚନ୍ଦ୍ର ପାର୍ଶ୍ୱ ଏବଂ ଦୂର ଚନ୍ଦ୍ର ପାର୍ଶ୍ୱ। ପୃଥିବୀ ପୃଷ୍ଠରୁ ଦେଖା ଯାଉଥିବା ଚନ୍ଦ୍ର ପାର୍ଶ୍ୱକୁ କୁହାଯାଏ ନିକଟ ଚନ୍ଦ୍ର ପାର୍ଶ୍ୱ ଏବଂ ସର୍ବଦା ପୃଥିବୀ ପୃଷ୍ଠରୁ ଦେଖା ଯାଉନଥିବା ଚନ୍ଦ୍ର ପାର୍ଶ୍ୱକୁ କୁହାଯାଏ ଦୂର ଚନ୍ଦ୍ର ପାର୍ଶ୍ୱ | ସୋହିନୀ ନିକଟ ଚନ୍ଦ୍ର ପାର୍ଶ୍ୱର Sea of Tranquillitatis ରେ ୩ ଏକର ଜାଗାର ଅଧିକାରିଣୀ ହେଇଛନ୍ତି। ତାଙ୍କ ଜାଗାର ୫୦୦ କିମି ଦୂରରେ ଅଛି ପ୍ରସିଦ୍ଧ ସ୍ଥାନ ଷ୍ଟେସ ଟ୍ରଙ୍କଇଲିଟି।ଯେଉଁଠି ୧୯୬୯ ମସିହା ଜୁଲାଇ ମାସ ୨୦ ତାରିଖ ଦିନ ପ୍ରଥମ ଥର ପାଇଁ ମନୁଷ୍ୟ ପାଦ ଥାପି ଥିଲା|

land in moonଆଉ ଆମେ ସମସ୍ତେ ପିଲାଦିନେ ପଢିଛୁ ସେହି ପ୍ରଥମ ମହାକାଶଚାରୀ ଜଣକ ହେଉଛନ୍ତି ନେଲ ଆମଷ୍ଟ୍ରଙ୍ଗ। ଯିଏ ପ୍ରଥମେ ପାଦ ଥାପିଥିଲେ ଚନ୍ଦ୍ର ପୃଷ୍ଠରେ| ସୋହିନୀ ସର୍ବଭାରତୀୟ ସ୍ତରରେ ସାଧାରଣତନ୍ତ୍ର ଦିବସରେ ସ୍ପେସିଆଲ ଟଲେଣ୍ଟା ପ୍ରତିଯୋଗିତାରେ ବିଜୟୀ ହୋଇ ଫୈରୀ କିଡ଼ସ ତରଫରୁ ବିଜୟୀ ଟ୍ରଫି ପାଇଛନ୍ତି। ସୋହିନୀ ହେଉଛନ୍ତି ସ୍ୱର୍ଣ୍ଣାଚୂଡ଼ କଲେଜର ଅବସର ପ୍ରାପ୍ତ ରସାୟନ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ରବିନ୍ଦ୍ର ନାଥ ଦାସଙ୍କର ନାତୁଣୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.