Below header

ରିଲିଜ ପରେ ଧମାଲ କରୁଛି ବଲିଉଡ ମୁଭି ‘ଥଲାଇବି’ର ସଙ୍ଗ ଚଲୀ..ଚଲୀ..

ମୁମ୍ବାଇ: ରିଲିଜ ପରେ ଧମାଲ କରୁଛି ବଲିଉଡ ମୁଭି ‘ଥଲାଇବି’ର ସଙ୍ଗ ଚଲୀ ଚଲୀ । ଏହି ଚଲୀ ଚଲୀ ଗୀତରେ କଙ୍ଗନା ପାଣିରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦକ୍ଷିଣଭାରତର ଜଣାଶୁଣା ଲୋକପ୍ରିୟ ଅଭିନେତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଜୀବନୀକୁ ନେଇ ନିର୍ମାଣ ହେଉଛି ବଲିଉଡ ବାୟୋପିକ ‘ଥଲାଇବି’ । ଯାହାକୁ ନେଇ କଙ୍ଗନା ଯେତିକି ଉତ୍ସାହିତ ଅଛନ୍ତି ତାଠାରୁ ଅଧିକ ଉତ୍ସାହିତ ଅଛନ୍ତି ତାଙ୍କର ଫ୍ଯାନ୍ସ।

ଅନ୍ଯପଟେ ନିର୍ଦ୍ଦେଶକ ବିଜୟଙ୍କ ଏହି ମୁଭି ଆସନ୍ତା ୨୩ରେ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଭାଷାରେ ରିଲିଜ ହେବକୁ ଯାଉଛି । ସେହିଦିନ ୟଶରାଜ ଫିଲ୍ମସର ଫିଲ୍ମ ବଣ୍ଟି ଔର ବବଲି -୨ ମଧ୍ୟ ପରଦାକୁ ଆସିବ । ଦେଖାଯାଉ କେଉଁ ମୁଭିକୁ ଦର୍ଶକ ପସନ୍ଦ କରି ସୁପର ହିଟ୍ କରାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.