ଆପଣଙ୍କ ପ୍ରିୟ ଲୋକ ହ୍ବାଟସଆପରେ ଅନଲାଇନ ଅଛନ୍ତି ନା ନାହିଁ ବିନା ଆପ୍ ଖୋଲି ଜାଣିପାରିବେ, ଜାଣନ୍ତୁ ସହଜ ଟ୍ରିକ

ହ୍ବାଟସଆପ୍ ଆଜିକାଲି ସମସ୍ତଙ୍କ ଜୀବନକୁ ସହଜ କରିଦେଇଛି। ତେଣୁ ଆପଣଙ୍କ କଣ୍ଟାକ୍ଟ ଲିଷ୍ଟରେ ଥିବା କେଉଁ ଲୋକ ଅନଲାଇନରେ ରହିଛନ୍ତି, ତାହା ଜାଣିବାକୁ ଆପଣ ହ୍ବାଟସଆପ୍ ଯାଇ ଚେକ୍ କରନ୍ତି। ଏଥିପାଇଁ ଆପଣଙ୍କୁ ଆପ୍ ଖୋଲିବାକୁ ପଡିଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଖାସ୍ ଟ୍ରିକ ବିଷୟରେ କହିବୁ, ଯାହା ଜରିଆରେ ଆପଣ ବିନା ହ୍ବାଟସଆପ୍ ଖୋଲି ଜାଣିପାରିବେ କିଏ ଅଛନ୍ତି ଅନଲାଇନ।

ଏହି ଟ୍ରିକ ସାହାଯ୍ଯରେ ବିନା ଅନଲାଇନ ଆସି କିଏ ହ୍ବାଟସଆପରେ ଆକ୍ଟିଭ ରହିଛନ୍ତି, ତାହା ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଗୁଗଲରେ GBWhatsApp ସର୍ଚ୍ଚ କରିବାକୁ ପଡିବ। ଏହା ପରେ ଲିଙ୍କରୁ ଏପିକେ ଫାଇଲ ଡାଉନଲୋଡ କରିଦିଅନ୍ତୁ। ଏହା ପରେ ଏପିକେ ଫାଇଲରୁ GBWhatsApp ଆପକୁ ଫୋନରେ ଇନଷ୍ଟଲ କରଦିଅନ୍ତୁ।

gb whatsapp

GBWhatsApp ଆପ୍ ଡାଉନଲୋଡ କରିବା ପରେ ସେଟିଂକୁ ଯାଇ Main/Chatscreen ଅପସନ ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ କରନ୍ତୁ। ଏହାପରେ Contact Online Toast ଅପସନ ଆପଣଙ୍କୁ ଦେଖିବାକୁ ମିଳିବ। ଏହା ଉପରେ କ୍ଲିକ କରି ତା’ପରେ Connect କ୍ଲିକ କରନ୍ତୁ। ଯାହାର ଅନଲାଇନ ଷ୍ଟାଟସ ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେ ଯେତେବେଳେ ଅନଲାଇନ ଆସିବେ, ତୁରନ୍ତ ଆପଣଙ୍କୁ ନୋଟିଫିକେସନ ମିଳିଯିବ।

କିନ୍ତୁ ଏଥିପାଇଁ ଆପଣଙ୍କୁ ଏକ ଥାର୍ଡ ପାର୍ଟି ଆପ୍ ଡାଉନଲୋଡ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.