ରାଜ୍ୟ

୧୪ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା, ଏବେ ସୁଦ୍ଧା ପଠାଗଲାଣି ୧୫ ହଜାର ୭୪ ମେଟ୍ରିକ ଟନ୍‌ ଅକ୍ସିଜେନ

ଭୁବନେଶ୍ୱର (କେନ୍ୟୁଜ) : ୧୪ ରାଜ୍ୟକୁ ଅକ୍ସିଜେନ ଯୋଗାଉଛି ଓଡ଼ିଶା । ୮୨୦ ଟ୍ୟାଙ୍କରରେ ପଠାଗଲାଣି ୧୫ ହଜାର ୭୪ ମେଟ୍ରିକ ଟନ୍‌ ଅକ୍ସିଜେନ । ଆନ୍ଧ୍ର, ତେଲେଙ୍ଗାନା, ହରିୟାଣା, ମଧ୍ୟପ୍ରଦେଶ,ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ତାମିଲନାଡୁ, ଦିଲ୍ଲୀ, ବିହାର,କର୍ଣ୍ଣାଟକ, ପଞ୍ଜାବ, ଚଣ୍ଡିଗଡ଼ ଏବଂ ରାଜସ୍ଥାନକୁ ଅକ୍ସିଜେନ ପଠାଯାଇଛି । ରାଉରକେଲାରୁ ସର୍ବାଧିକ ୩୦୯ ଟ୍ୟାଙ୍କରରେ ୫ହଜାର ୯୩୮ ମେଟ୍ରିକ ଟନ୍‌ ଅକ୍ସିଜେନ ଯାଇଛି। ସେହିପରି ଆନ୍ଧ୍ରକୁ ସର୍ବାଧିକ ୨୫୨ଟି ଟ୍ୟାଙ୍କରରେ ୪ହଜାର ୯୪୩ ମେଟ୍ରିକ ଟନ୍‌ ଯୋଗାଣ ହୋଇଛି। ସେହିପରି ଢେଙ୍କାନାଳରୁ ୨୨୧ଟି ଟ୍ୟାଙ୍କରରେ ୩ ହଜାର ୫୩୨ ମେଟ୍ରିକ୍‌ ଟନ୍‌ , ଯାଜପୁରରୁ ୨୧୭ଟି ଟ୍ୟାଙ୍କରରେ ୪ ହଜାର ୪୧୪ ମେଟ୍ରିକ ଟନ୍‌ ଅକ୍ସିଜେନ୍‌ ଯାଇଛି। ଅନୁଗୁଳରୁ ୭୩ ଟ୍ୟାଙ୍କରରେ ୧ ହଜାର ୧୧୮୯ ମେଟ୍ରିକ ଟନ୍‌ ଅକ୍ସିଜେନ ଯାଇଛି । ଗ୍ରୀନ୍‌ କରିଡର ଦେଇ ଏସବୁ ପରିବହନ କରାଯାଉଛି ।

Pritiparna

Recent Posts

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

15 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

15 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

19 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

42 mins ago

ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…

50 mins ago

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

56 mins ago