ରାଜ୍ୟ

ଶୀତର ଆଗମନରେ ରାଜଧାନୀରେ ଆରମ୍ଭ ହୋଇଯାଇଛି ତୋଷାଳୀ ମେଳା, ସନ୍ଧ୍ୟାରେ ଜମୁଛି ଭିଡ

ଭୁବନେଶ୍ୱର(କେନ୍ୟୁଜ):  ଶୀତର ଆଗମନରେ ରାଜଧାନୀରେ ଆରମ୍ଭ ହେଇଯାଏ ମେଳା ର ପର୍ବ । ପଛକୁ ପଛ ଗୋଟିଏ ପରେ ଗୋଟିଏ ମେଳା ଲାଗେ । ଶୀତୁଆ ସନ୍ଧ୍ୟାରେ ଏବେ ମନ ମହୁଛି ତୋଷାଳୀ ମେଳା । କିଣାବିକାର ବେଶ ଆସର ଲାଗୁଥିବା ବେଳେ, ହାଲୁକା କାଲୁଆ ପବନର ମଜା ନେଉଛନ୍ତି ରାଜଧାନୀ ବାସୀ ।

ମେଳାକୁ ପ୍ରବେଶ କରୁ କରୁ ନଜର ପଡିଥିଲା ସୁକ୍ଷ୍ମ କାରିଗରୀ ଉପରେ । ନଡ଼ିଆ କତାରୁ ତିଆରି ହେଉଥିଲା ଭଳିକି ଭଳି ଘର କରଣ ଜିନିଷ। ଯେମିତି କି ବାଇଆ ଚଢେଇ ବସା, କଣ୍ଡେଇ, ହାତୀ ମୟୁର । ଦାମ ବେଶ ସୁହାଇଲା ଭଳି। ୫୦ ଟଙ୍କାରୁ ଆରମ୍ଭ କରି,୧୫୦୦ ଟଙ୍କା ପର୍ଯ୍ୟନ୍ତ। ଘର ସଜେଇବା ପାଇଁ ବେଶ ଉପଯୋଗୀ । ସେପଟେ ବ୍ୟବସାୟୀଙ୍କ କହିବା କଥା ରାତିକୁ ପାଖା ପାଖି ୫ ରୁ ୬ ହଜାର ପର୍ଯ୍ୟନ୍ତ ବିକ୍ରି ହୁଏ । ରାଜ୍ୟ ସରକାର ବି ବେଶ ସହଯୋଗ କରୁଛନ୍ତି।

ଖାଲି ସେତିକି ନୁହେଁ, ଓଡିଶା ଯେ କେବଳ ବୀର ବରପୁତ୍ରର ମାଟି ତା ନୁହେଁ  କଳା, ସଂସ୍କୃତି, ସ୍ଥାପତ୍ୟାର ନିଦର୍ଶନ ଅଟେ । ଆଧୁନିକ ତା ଭିତରେ ବି ଏବେ ବି ଉଜ୍ଜୀବତ ରହିଛି ଆମ ପରମ୍ପରା । ତାଳପତ୍ରରେ କାଳିସାହିର ଅଙ୍କିତ ହୋଇଥିବା ଗଣେଶ, ଜଗନ୍ନାଥ ରାଧାକୃଷ ଅବା ଦଶଅବତର ଚିତ୍ର ହେଉ ଅବା ପଟଚିତ୍ରରେ ସ୍ଥାନ ପାଇଥିବା ବିଭିନ୍ନ ଦେବଦେବୀଙ୍କ ଚିତ୍ର  ବେଶ ଚାହିଦା ରହିଛି ମେଳାରେ। ଦାମ ବି ୫୦ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ରହିଛି ସାଇଜକୁ ନେଇ । ସେପଟେ ପୁଣି କାଠ ଓ ଚାନ୍ଦୁଆ ତିଆରି ଘର ଜିନିଷ ଯାହାକି ଘର ଭିତର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣ କରିବା ସହିତ ଆଖିକୁ ସୁନ୍ଦର ଲାଗେ । ୨୬ତରିଖ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଚାଲିବାକୁ ଥିବା ତୋଷାଳୀ ମେଳାରେ  ସନ୍ଧ୍ୟା ସମୟରେ ଅଧିକ ଭିଡ ଦେଖିବାକୁ ମିଳୁଥିବା ବେଳେ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମହୁଛି ।

Sonalisa

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

40 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago