ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ହସପିଟାଲରେ ଆଡମିଟ୍ ହୋଇଛି । ଖବର ମୁତାବକ, ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ଦାଉଦ ଏବେ ପାକିସ୍ତାନର କରାଚି ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ପାକିସ୍ତାନୀ ଏଜେନ୍ସିମାନଙ୍କ ଦ୍ୱାରା ଏହି ଘଟଣାର କୌଣସି ସରକାରୀ ବିବୃତି ପ୍ରକାଶ ପାଇ ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଦାଉଦକୁ ବିଷ ଦିଆଯାଇଥିବା ଚର୍ଚ୍ଚା ଚାଲିଛି ।
ତେବେ ଡାକ୍ତରଖାନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଚର୍ଚ୍ଚା ଚାଲିଛି । ତେବେ ସେ ଆଜିକୁ ଦୁଇଦିନ ହେବ ଡାକ୍ତରଖାନାରେ ଥିବା ଖବର ମିଳିଛି ।
ଏହା ମଧ୍ୟରେ ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ରହିଥିବା ଖବର ମିଳିଛି । ରବିବାର ରାତି ୮ଟାରୁ ଲାହୋର, କରାଚି, ଇସଲାମବାଦ ସମତେ ଅନେକ ସହରରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଆକ୍ସେସ କରିବା ପାଇଁ ସମସ୍ୟା ହେଉଛି । ଏହାଛଡା ଇଣ୍ଟରନେଟ ସମସ୍ୟା ଦେଖାଦେଇଛି ।
ସୂଚନାଯୋଗ୍ୟ, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଷଡ଼ଯନ୍ତ୍ରକାରୀ ଦାଉଦ୍ ଇବ୍ରାହିମ୍ ବିଶ୍ବର ଅନ୍ୟତମ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ । ମୁମ୍ବାଇରେ ଘଟିଥିବା ବୋମା ବିସ୍ଫୋରଣ ଯୋଗୁଁ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…
ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…
ରାୟଗଡ଼ା(କେନ୍ୟୁଜ୍): ବସ୍ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍ଷ୍ଟାଣ୍ଡରେ ଜଳିଗଲା ବସ୍ । ରାୟଗଡ଼ା ଜିଲ୍ଲା…
ପୁରୀ(କେନ୍ୟୁଜ୍): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…
ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…