ଅଣ୍ଡରଓ୍ଵାର୍ଲ୍ଡ ଡନ୍‌ ଦାଉଦ୍‌ ଇବ୍ରାହିମ ହସପିଟାଲରେ ଭର୍ତ୍ତି, ବିଷ ଦେଇ ମାରିବାକୁ ଷଡଯନ୍ତ୍ର ବୋଲି ଚାଲିଛି ଚର୍ଚ୍ଚା !

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ଦାଉଦ ଏବେ ପାକିସ୍ତାନର କରାଚି ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି ।

ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ୍ ଇବ୍ରାହିମ ହସପିଟାଲରେ ଆଡମିଟ୍‌ ହୋଇଛି । ଖବର ମୁତାବକ, ଦାଉଦ୍ ଇବ୍ରାହିମଙ୍କୁ ବିଷ ଦେଇ ମାରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । ଦାଉଦ ଏବେ ପାକିସ୍ତାନର କରାଚି ହସ୍ପିଟାଲରେ ଭର୍ତ୍ତି ଥିବାବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି । ତେବେ ପାକିସ୍ତାନୀ ଏଜେନ୍ସିମାନଙ୍କ ଦ୍ୱାରା ଏହି ଘଟଣାର କୌଣସି ସରକାରୀ ବିବୃତି ପ୍ରକାଶ ପାଇ ନାହିଁ । କିନ୍ତୁ ସୋସିଆଲ ମିଡିଆରେ ଦାଉଦକୁ ବିଷ ଦିଆଯାଇଥିବା ଚର୍ଚ୍ଚା ଚାଲିଛି ।

ତେବେ ଡାକ୍ତରଖାନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ଚର୍ଚ୍ଚା ଚାଲିଛି । ତେବେ ସେ ଆଜିକୁ ଦୁଇଦିନ ହେବ ଡାକ୍ତରଖାନାରେ ଥିବା ଖବର ମିଳିଛି ।

ଏହା ମଧ୍ୟରେ ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ରହିଥିବା ଖବର ମିଳିଛି । ରବିବାର ରାତି ୮ଟାରୁ ଲାହୋର, କରାଚି, ଇସଲାମବାଦ ସମତେ ଅନେକ ସହରରେ ସୋସିଆଲ ମିଡିଆ ଫ୍ଲାଟଫର୍ମ ଆକ୍ସେସ କରିବା ପାଇଁ ସମସ୍ୟା ହେଉଛି । ଏହାଛଡା ଇଣ୍ଟରନେଟ ସମସ୍ୟା ଦେଖାଦେଇଛି ।

ସୂଚନାଯୋଗ୍ୟ, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣ ଘଟଣାର ଷଡ଼ଯନ୍ତ୍ରକାରୀ ଦାଉଦ୍ ଇବ୍ରାହିମ୍ ବିଶ୍ବର ଅନ୍ୟତମ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ । ମୁମ୍ବାଇରେ ଘଟିଥିବା ବୋମା ବିସ୍ଫୋରଣ ଯୋଗୁଁ ୨୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.