ଟ୍ରେନରୁ ଓହ୍ଲାଇବା ବେଳେ ଚାଲିଗଲା ପୋଲିସ୍ କର୍ମଚାରୀଙ୍କ ଜୀବନ

ଟ୍ରେନ ଲାଇନରୁ ମୃତଦେହ ଉଦ୍ଧାର। ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେୟାଙ୍କୁ ସାହାଯ୍ୟ କରିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।  ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ।

ରାୟଗଡ଼ା(କେନ୍ୟୁଜ): ଟ୍ରେନ୍ ଲାଇନରୁ ମୃତଦେହ ଉଦ୍ଧାର। ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଘରେ ରୋଷେୟାଙ୍କୁ ସାହାଯ୍ୟ କରିବା କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ।  ମୃତ କନେଷ୍ଟବଳଙ୍କ ନାଁ ବି. ହରିଶଙ୍କର ରାଓ। ଗତକାଲି ରାତିରେ ୩ ନମ୍ବର ପ୍ଲାଟଫର୍ମରେ ଟ୍ରେନରୁ ଖସି ତାଙ୍କର ମୃତ୍ୟୁ ହୋଇଛି। ମୃତଦେହକୁ ଜବତ କରି ବ୍ୟବଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ରେଳବାଇ ପୋଲିସ୍ ଦୁର୍ଘଟଣାର ତଦନ୍ତ କରୁଛି।

ମିଳିଥିବା ସୂଚନା ମୁତାବକ, ମୃତ ହରିଶଙ୍କର ଗତକାଲି ନିଜ ବ୍ୟକ୍ତିଗତ କାମକୁ ନେଇ ଆନ୍ଧ୍ରର ଶ୍ରୀକାକୁଲମ ଯାଇଥିଲେ। ସେଠାରୁ ସେ ବିଜୟନଗରମକୁ ଆସି ଅପରାହ୍ନରେ ରାୟଗଡ଼ାକୁ ଫେରିବା ପାଇଁ ବିଜୟନଗରମ ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରି ରହିଥିଲେ। ଏହାପରେ  ଟ୍ରେନ ନମ୍ବର ୨୦୮୧୯- ପୁରୀ-ଓଖା ଦ୍ୱାରିକା ସୁପରଫାଷ୍ଟ ଏକ୍ସପ୍ରେସରେ ହରିଶଙ୍କର ରାୟଗଡ଼ା ଫେରୁଥିଲେ।

ତେବେ ଉକ୍ତ ସୁପରଫାଷ୍ଟ ଟ୍ରେନଟିର ରୁଟ ପରିବର୍ତ୍ତନ କରାଯାଇଥିବାରୁ ରାୟଗଡ଼ା ରେଳ ଷ୍ଟେସନରେ ଟ୍ରେନର ରହଣି ନ ଥିବା ବିଷୟରେ ସେ ଜାଣିପାରି ନଥିଲେ। ରାୟଗଡ଼ାରେଳ ଷ୍ଟେସନର ୩ ନମ୍ବର ପ୍ଲାଟଫର୍ମ ଦେଇ ଟ୍ରେନଟି ଅତିକ୍ରମ କରୁଥିବା ବେଳେ ହରିଶଙ୍କର ଓହ୍ଲାଇବାକୁ ଚେଷ୍ଟା କରି ଅସାବଧାନତା ହେତୁ ଟ୍ରେନ ଚକା ତଳେ ପଡ଼ିଯାଇଥିବାବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.