ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପତ୍ନୀ, ରାଷ୍ଟ୍ରପତିଙ୍କ କାରକେଡ୍‌କୁ ପିଟିଲା କାର

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡକୁ ପିଟିଲା ଏକ କାର୍‌ । ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁହେଁ ଏବେ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା କରିଥିବା ଡ୍ରାଇଭର ଗିରଫ ହୋଇଛି ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କାରକେଡକୁ ପିଟିଲା ଏକ କାର୍‌ । ରବିବାର ଦିନ ଡେଲାେଓ୍ଵୟର ଓ୍ଵିଲମିଙ୍ଗଣ୍ଟନରେ ଘଟିଛି ଏହି ଘଟଣା । ଜୋ ବାଇଡେନ ଏବଂ ଫାଷ୍ଟ ଲେଡି ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା । ଦୁହେଁ ଏବେ ସୁରକ୍ଷିତ ଥିବା ବେଳେ ଦୁର୍ଘଟଣା କରିଥିବା ଡ୍ରାଇଭର ଗିରଫ ହୋଇଛି । ଆମେରିକାର ସିକ୍ରେଟ ସର୍ଭିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ଦୁର୍ଘଟଣା ଘଟାଇଥିବା କାର ଏବଂ ବାଇଡେନଙ୍କ କାର ମଧ୍ୟରେ ଦୂରତା ୧୩୦ ମିଟର ରହିଥିଲା ।  ସିକ୍ରେଟ୍‌ ସର୍ଭିସ୍‌  ଓ ବାଇଡେନ୍‌ଙ୍କ ସୁରକ୍ଷାକର୍ମୀମାନେ ଅସ୍ତ୍ରଶସ୍ତ୍ର ଧରି ସେ କାରକୁ ଘେରିଯବା ସହିତ ହାତ ଉପରକୁ ଟେକି ବାହାରି ଆସିବାକୁ ଡ୍ରାଇଭରକୁ କହିଥିଲେ । ଯେଉଁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହେଲା, ସେଥିରେ ଜୋ ବାଇଡେନ୍‌ ଓ ଫାଷ୍ଟ ଲେଡି ଜିଲ ବାଇଡେନ ବସି ନ ଥିଲେ।  ବାଇଡେନ ଏବଂ ତାଙ୍କ ପତ୍ନୀଙ୍କୁ ସୁରକ୍ଷିତ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର ସିକ୍ରେଟ ସର୍ଭିସ । ଦୁର୍ଘଟଣା ଘଟାଇଥିବା କାରରେ ଏକ VVIP ନମ୍ବର ଲାଗିଥିବା ସୂଚନା । ଦୁର୍ଘଟଣା ଘଟାଇଥିବା କାର୍‌ ଡ୍ରାଇଭର ଗିରଫ ହୋଇଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.