ରାଜ୍ୟ

ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି ଅମଲାମାନେ, ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ

କେନ୍ୟୁଜ୍(ବ୍ୟୁରୋ):  ଅମଲା ସଂଘର ସମୂହ ଛୁଟି । ଲେବୁଲ ୯ ଦାବିରେ ଆଜିଠାରୁ ରାଜ୍ୟରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଅମଲାମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି । ୩୦ଟି ଯାକ ଜିଲ୍ଲାର ୩୦ ହଜାରରୁ ଅଧିକ ଅମଲା ଏହି ସମୂହ ଛୁଟିରେ ସାମିଲ ହୋଇଛନ୍ତି । ଏଥିପାଇଁ ଜିଲ୍ଲାପାଳଙ୍କ ଅଫିସ, ତହସିଲ ଅଫିସ, ବ୍ଲକ ଅଫିସ ଆଦି ୩୮ଟି ବିଭାଗର ଅଫିସ କାମ ପ୍ରଭାବିତ ହୋଇଛି । ଅମଲାମାନଙ୍କୁ ଲେବୁଲ ୯ କର୍ମଚାରୀର ମାନ୍ୟତା ପାଇଁ ଗତ ଏପ୍ରିଲ ୨୭ ତାରିଖରେ ସବୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଏହାପରେ ଭୁବନେଶ୍ୱରରେ ମେ ୧ ତାରିଖରେ ଚରମପତ୍ର ଦେବା ସହିତ ମେ ୨୧ରୁ ୩୧ ତାରିଖ ଯାଏ କଳାବ୍ୟାଜ୍‌ ପରିଧାନ କରି କାମ କରିଥିଲେ । ସରକାର ନ ଶୁଣିବାରୁ ଆଜିଠାରୁ ସମୂହ ଛୁଟିରେ ଅଛନ୍ତି ଅମଲାମାନେ । କଟକ ଜିଲ୍ଲାରେ ୧୧୦୦ ଅମଲା କାର୍ଯ୍ୟ କରନ୍ତି । ଏହି ସମସ୍ତ କର୍ମଚାରୀ ଆଜିଠାରୁ ମଧ୍ୟ ସମୂହ ଛୁଟିରେ ଅଛନ୍ତି । ଲୋକଙ୍କ କାର୍ଯ୍ଯ କିଭଳି ବାଧାପ୍ରାପ୍ତ ନ ହେବ ସେଥିପାଇଁ ଅନ୍ଯ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି କଟକ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

 

KNews Bureau

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

15 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

39 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

43 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

1 hour ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

1 hour ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago