ରାଜ୍ୟ

ପିଇବା ପାଣି ଭାସୁଛି ତେଲିଆ ପଦାର୍ଥ, ହେଉଛି ଉତ୍କଟ ଦୁର୍ଗନ୍ଧ

ଯାଜପୁର(କେନ୍ୟୁଜ): ନଳକୂପ ଗୁଡିକ ନଷ୍ଟ ହୋଇଗଲାଣି । ପାଣି ଉପରେ ଭାସୁଛି ତେଲିଆ ପଦାର୍ଥ । ଆଉ ଏଥିରୁ ବାହାରୁଛି ଉତ୍କଟ ଦୁର୍ଗନ୍ଧ । ଏଥିରେ ମୁହଁ ଧୋଇଲେ ଦାନ୍ତ କଳା ପଡିଯାଉଛି । ଲୁଗାପଟା ଓ ବାସନ ଧୋଇଲେ ତାହା ମଧ୍ୟ କଳା ହୋଇଯାଉଛି । ପାଣି ପିଇ ଅନେକ ଲୋକ ଝାଡାବାନ୍ତି ଓ ଚର୍ମରୋଗର ଶୀକାର ହେଉଛନ୍ତି । ତେଣୁ ବାଧ୍ୟ ହୋଇ ଲୋକେ ସେହି ଆଇରନ୍ ମିଶା ପାଣି ବ୍ୟବହାର କରୁଛନ୍ତି ।

କିଛି ଲୋକ କୂଅ ପାଣି ବ୍ୟବହାର କରୁଛନ୍ତି । କିନ୍ତୁ କୂଅ ଗୁଡିକ ଅବସ୍ଥା ମଧ୍ୟ ଅତ୍ୟନ୍ତ ଅସ୍ଵାସ୍ଥ୍ୟକର । କୂଅ ପାଖରେ ଚାନ୍ଦିନୀ ନାହିଁ କି କୂଅ ଉପରେ ଢାଙ୍କୁଣି ନାହିଁ । ବର୍ଷା ଦିନେ ରାସ୍ତାଘାଟ ପାଣି କୂଅରେ ପଶିଯାଉଛି । କୂଅ ଗୁଡିକ ଉଝୁଳା ହେଉନି କିମ୍ବା ଏହାକୁ ବିଶୋଧନ କରାଯାଉନି । ଏପଟେ ଖରାଦିନେ କୂଅରୁ ପାଣି ଶୁଖି ଯାଉଛି । ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।

ଏପଟେ ନଳକୂପ ଗୁଡିକରୁ ଆଇରନ ପାଣି ବାହାରୁ ଥିବାରୁ ଏଠାରେ ଆଇରନ୍ ରିମୁଭାଲ୍ ପ୍ଲାଣ୍ଟ ବସାଇବାକୁ କୌଣସି ପଦକ୍ଷେପ ନିଆଯାଉନି । ଲୋକମାନେ ଆଶାରେ ଅଛନ୍ତି ସେମାନଙ୍କ ପାନୀୟ ଜଳ ସମସ୍ୟା ସମାଧାନ ହେବ ବୋଲି । ପାନୀୟ ଜଳ ସମସ୍ୟା ବିଷୟରେ ଅନେକ ଥର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ସେପଟେ ପଞ୍ଚାୟତରେ ପାଣିସମସ୍ୟା ନାହିଁ ବୋଲି ଆରଡବ୍ଲ୍ୟୁଏସଏସ ପକ୍ଷରୁ କୁହାଯାଉଥିବା ବେଳେ ନଠୁଆବର ପଞ୍ଚାୟତ ଏଥିରୁ ବାଦଗଲା କିପରି? ସେପଟେ ରସୁଲପୁର ବ୍ଲକର ବିଡିଓଙ୍କୁ ପଚାରିବାରୁ ସେ କହିଲେ ଖୁବ୍ ଶୀଘ୍ର ଏହି ସମସ୍ୟାର ସ୍ଥାୟୀ ସମାଧାନ କରାଯିବ ।

ଦିନ ପରେ ଦିନ ଗଡିଚାଲିଛି, ହେଲେ ନାଁ ଏହାର ମରାମତି ହେଉଛି ନାଁ ଏହା କାର୍ଯ୍ୟକ୍ଷମ ହେଉଛି । ଫଳରେ ଲୋକେ ପାଣି ପାଇଁ ନାନା ହଇରାଣ ହରକତ ହେଉଛନ୍ତି । ତେବେ କେବେ ହେବ ପ୍ରକଳ୍ପର ପୂର୍ଣ୍ଣ କାର୍ଯ୍ୟକ୍ଷମ ଆଉ କେବେ ହେବ ପାଣି ସମସ୍ୟାର ସ୍ଥାୟୀ ସମାଧାନ ତାକୁ ଚାହିଁ ବସିଛନ୍ତି ଅଞ୍ଚଳବାସୀ ।

 

Sonalisa

Recent Posts

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

8 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

53 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

59 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago