କାକଟପୁର: କରୋନା ସଂକ୍ରମଣ ରୋକିବା ପାଇଁ ଜାରିରହିଥିବା ତାଲାବନ୍ଦ ସାଧାରଣ ଲୋକଙ୍କୁ ଏକ ପ୍ରକାର ବ୍ୟଥିତ କରିସାରିଲାଣି । ଏହି ସମୟରେ ପୁରି ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକର ନୂଆଗଡ ଗ୍ରାମର ଏକ ଦୃଶ୍ୟ ଦେଖିଲେ ଯାହା କାହାର ବି ଛାତି ଥରି ଉଠିବ । ବୈଶାଖ ମାସର ଡହ ଡହ ଖରାରେ ତତଲା ରାସ୍ତାରେ ପାଦରେ ପାଦରେ ନିଖୋଜ ପୁଅକୁ ଖୋଜୁଛନ୍ତି ବୁଢ଼ା ବାପା ମା । ଗତ ୧୦ ତାରିଖରୁ କରୋନା ଭୟରେ କେଉ ଆଡେ ନିଖୋଜ ହୋଇଯାଇଥିଲା ୨୮ ବର୍ଷ ବୟସର ଏକମାତ୍ର ଭେଣ୍ଡିଆ ପୁଅ । ଆଜିକୁ ୧୧ ଦିନ ହେଲାଣି ହାତରେ ପୁଅର ଫଟୋ ଧରି ପ୍ରାୟ ୨୦ ଟି ଗାଁ ତଥା ସହରକୁ ପାଦରେ ଚାଲିଚାଲି ପ୍ରାୟ ୬୦ କିମି ବାଟ ଚାଲିସାରିଲେଣି ଏହି ଦମ୍ପତ୍ତି ।
କିନ୍ତୁ ନିଖୋଜ ପୁଅର ଏଯାଏଁ କୌଣସି ପତ୍ତା ମିଳିନି । ଅସହାୟ ବାପା ମାଙ୍କ ଆଖିକୁ ନିଦ ଆସୁନି କି ପେଟକୁ ଦାନା ବି ଯାଉନି । ଅସ୍ତରଙ୍ଗ ବ୍ଲକ ନୂଆଗଡ ଗ୍ରାମର ଏହି ଅସହାୟ ବୃଦ୍ଧ ବାପା ହେଉଛନ୍ତି ସୁବଳ ମହାନ୍ତି ଓ ମା’ କାଞ୍ଚନୀ ମହାନ୍ତି। ମୁହଁରେ ହତାସର ଭାବ ଆଉ ହାତରେ ଏକମାତ୍ର ୨୮ ବର୍ଷ ବୟସର ଭେଣ୍ଡିଆ ପୁଅ ଆଲୋକ ମହାନ୍ତିର ଫଟୋ ।କରୋନା ଆତଙ୍କ ରେ ଭୟବିତ ହୋଇ ଗତ ୧୦ ତାରିଖ ଠାରୁ ଆଜକୁ ୧୧ ଦିନ ହୋଇଗଲାଣି ଅସ୍ତରଙ୍ଗ ବଜାରକୁ ଯାଉଛି ବୋଲି କହି ସାଇକେଲ ନେଇ ଯାଇଛି ଆଲୋକ । ସେହିଦିନଠୁ ଆଜି ପର୍ଯ୍ୟନ୍ତ ଘରକୁ ଫେରିନି କି କୌଣସି ଖବର ବି ଦେଇନି ।
ଅସହାୟ ବାପା ମା ନିଖୋଜ ପୁଅର ଫଟୋ ଧରି ପାଦରେ ଚାଲିଚାଲି ଗାଁ କୁ ଗାଁ ବୁଲୁଛନ୍ତି ରାସ୍ତାରେ ଗଲାବେଳେ ବାଟରେ ଯିଏ ହାବୁଡେ ପଡିଲେ ଏଫଟୋ ଟିକୁ ଦେଖେଇ ଲୁହ ଭିଜା ଆଖି ଓ କୋହ ଭରା କଣ୍ଠରେ ବିକଳରେ ପଚାରି ବୁଝୁଛନ୍ତି ଏହି ପିଲାଟିକୁ କୋଉଠି ଦେଖିଛନ୍ତିକି । ଯଦି କିଏ ମନ। କରୁଛି ସେହିଠି ହିଁ ଭୋ ଭୋ ହେଇ କାନ୍ଦି ପକାଉଛନ୍ତି ନିରାଶ୍ରୟା ବାପା ମା । ଆଉ କେତେ ବାଟ ଚାଲିବେ କହି ଏକ ପ୍ରକାର ନିର।ଶ ହୋଇଗଲାଣି ଏମାନେ । କହି ରଖିବା ଉଚିତ ହେବକି, କରୋନା ପାଇଁ ଲକ ଡାଉନ ଜାରି ହୋଇଥିବାରୁ ସବୁ ଗାଁରେ ବାହାର ଲୋକଙ୍କୁ ପୁରାଇ ନ ଦେବାକୁ ବ।ଡ ପଡିଛି । ଫଳରେ ନିଖୋଜ ପୁଅକୁ ଖୋଜିବା ବୃଦ୍ଧ ଦମ୍ପତ୍ତିଙ୍କ ପାଇଁ କଷ୍ଟକର ହୋଇପଡିଛି ।
ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…