ସ୍ପେଶାଲ

ଚାଣକ୍ୟ ନୀତି: ଏହିସବୁ କଥାକୁ ଅନ୍ୟମାନଙ୍କ ଠାରୁ ଲୁଚାଇ ରଖିବା ଉଚିତ, ଜାଣନ୍ତୁ କାହିଁକି

ପ୍ରତ୍ୟେକ ବ୍ୟକ୍ତିଙ୍କ ସଫଳତା ପଛରେ ତାଙ୍କର ପରିଶ୍ରମ ଏବଂ ସେହି ବ୍ୟକ୍ତିଙ୍କ ଭିତରେ ଥିବା ଭଲ ଗୁଣର ଅନେକ ମହତ୍ୱ ରହିଥାଏ। କୌଣସି ବି କାର୍ଯ୍ୟରେ ପ୍ରତ୍ୟେକ ବ୍ୟକ୍ତି ସର୍ବଦା ସଫଳତା ହାସଲ କରିନଥାନ୍ତି କେବେ କେବେ ଅସଫଳ ମଧ୍ୟ ହୋଇଥାନ୍ତି। ମଣିଷ ଭୁଲ କଲା ପରେ ସେଥିରୁ ମଧ୍ୟ କିଛି ଶିକ୍ଷା ପାଇଥାଏ।

ପ୍ରତ୍ୟେକ ମନୁଷ୍ୟଙ୍କ ଭିତରେ କିଛି ଭଲ ଏବଂ ଖରାପ ଗୁଣ ରହିଥାଏ। ଚାଣକ୍ୟଙ୍କ ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତି ନିଜର ଭଲ ଗୁଣକୁ ଲୋକଙ୍କ ସାମ୍ନାକୁ ଆଣିବା ଉଚିତ କିନ୍ତୁ କେବେ ବି ନିଜର ଦୁର୍ବଳତାକୁ ଉଜାଗର କରିବା ଅନୁଚିତ। ଅର୍ଥାତ ଦୁର୍ବଳତାକୁ କେବେ ବି ଲୋକଙ୍କୁ ଜଣାନ୍ତୁ ନାହିଁ।

ଚାଣକ୍ୟଙ୍କ କହିବାନୁଯାୟୀ, ବ୍ୟକ୍ତିଙ୍କ ଦୁର୍ବଳତା ବିଷୟରେ ଜାଣିବା ପରେ ସ୍ୱାର୍ଥୀ ଲୋକମାନେ ଏହାର ଲାଭ ଉଠାଇଥାନ୍ତି। ଯେଉଁ କାରଣରୁ ବ୍ୟକ୍ତିଙ୍କୁ ସମସ୍ୟାର ସମ୍ନା କରିବାକୁ ପଡିଥାଏ। ତେବେ ଜାଣନ୍ତୁ ଏହିକାରଣରୁ କେଉଁ ସବୁ କଥାକୁ ଧ୍ୟାନରେ ରଖିବା ଉଚିତ।

-ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସହିବା ଶକ୍ତି ଏବଂ ଦୁର୍ବଳତା ରହିଥାଏ। ଏହି ଦୁର୍ବଳତା କେବେ ବି ଅନ୍ୟ ଲୋକଙ୍କ ସାମ୍ନାରେ ପ୍ରକାଶ କରିବା ଅନୁଚିତ। କାରଣ ଏହା ଦ୍ୱାରା ବ୍ୟକ୍ତି ଅନ୍ୟ ଲୋକଙ୍କ ନଜରରେ ଦୁର୍ବଳ ହେବା ସହ ଲୋକମାନେ ଏହି ଦୁର୍ବଳତାର ଫାଇଦା ମଫଃୟ ଉଠାଇଥାନ୍ତି।

-ମନୁଷ୍ୟ ଭିତରେ କିଛି ନକାରାତ୍ମକ ଗୁଣ ରହିଥାଏ। ଏହିକାରଣରୁ ନିଜର ଭଲ ଏବଂ ଖରାପ ଗୁଣ ବିଷୟରେ ଜାଣି ରଖିବା ଉଚିତ। ଏଥିସହ ନକାରାତ୍ମକ ପ୍ରଭାବରୁ ଦୁରେଇ ରହିବା ପାଇଁ ଚେଷ୍ଟା କରନ୍ତୁ।

-ଜୀବନରେ ଏପରି କିଛି ସମୟ ଆସିଥାଏ ଯାହାଫଳରେ ବ୍ୟକ୍ତି ଚିନ୍ତାରେ ରହିବାବସହ ଦୁଖୀ ହୋଇଯାଇଥାନ୍ତି। ଏହି ଦୁଃଖକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିବା ଅନୁଚିତ। କାରଣ ଏହାକୁ ସାମ୍ନା ଲୋକ ଆପଣଙ୍କର ଦୁର୍ବଳତା ଭାବିଥାନ୍ତି। ଯାହା ପଛରେ ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ।

KNews Bureau

Recent Posts

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

3 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

3 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

3 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

3 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

4 hours ago

ବିଚାରାଧୀନ ମହିଳା କଏଦୀଙ୍କ ମୃତ୍ୟୁ

ରାଇରଙ୍ଗପୁର (କେନ୍ୟୁଜ୍‌) : ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାର ର ବିଚାରାଧୀନ ମହିଳା କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ମୃତ…

4 hours ago