କରୋନା ଭାଇରସ

ଲକ୍ ଡାଉନ୍ ଅଟକାଇ ପାରିଲାନି ଭିଟାମାଟିର ମୋହ: ଚେନ୍ନାଇରୁ ସୋରଳ ସାଇକେଲରେ ଫେରିଲେ ସାତ ଜଣ ଯୁବକ

ବ୍ରହ୍ମପୁର(କେନ୍ୟୁଜ୍): ଜୀବନ ଜୀବିକା ପାଇଁ ଚେନ୍ନାଇ ଯାଇଥିଲେ, ହେଲେ କରୋନା ବିଗାଡିଦେଲା ସବୁ କିଛି। ଲକ୍ ଡାଉନ୍ ଯୋଗୁଁ ଖାଇବା, ରହିବା ଅସହ୍ୟ ହୋଇପଡିଲା । ତେଣୁ ଏଗାରଶହ କିଲୋମିଟରରୁ ଅଧିକ ରାସ୍ତା ସାଇକେଲରେ ଅତିକ୍ରମ କରି ପହଁଚିଛନ୍ତି  ଚିକିଟି ବ୍ଲକର ସୋରଳ ଗ୍ରାମର ସାତ ଜଣ ଯୁବକ l ଏମାନଙ୍କୁ ପ୍ରଶାସନ ତରଫରୁ ସୋରଳ ମୁକ୍ତେଶ୍ବର ବିଦ୍ୟାପୀଠରେ କୋରେଣ୍ଟାଇନରେ ରଖାଯାଇଛି l  ଏମାନେ ହେଲେ ଜଗନ୍ନାଥ ବେହେରା, ଭଗବାନ ବେହେରା, କହେଁଇ ବେହେରା, ଅଶୋକ ବେହେରା , ନମିତା ବେହେରା, ଟଙ୍କଧର ଜାନି ଓ  ମୁନ୍ନା ନାୟକ।

ଚେନ୍ନାଇ ର ନାନାଲି ରେ ସୋରଳ ଗାଁର ବହୁ ଯୁବକ ପ୍ରାୟ ଦଶ ବର୍ଷ ହେଲା  ଯାଇ ବିଭିନ୍ନ କାମ କରି ଜୀବିକା ନିର୍ବାହ କରୁଛନ୍ତି । ଏପରିକି ବହୁ ଯୁବକ ସେମାନଙ୍କ ପରିବାରକୁ ନେଇ ରହିଆସିଛନ୍ତି। ତେବେ କରୋନା ତାଙ୍କ ପାଇଁ ଦୁଃଖ ନେଇ ଆସିଲା । କାମ ନପାଇବା ସହ ଭୋକ ବଢିଗଲା । ତେଣୁ ସେମାନେ ଚାହିଁଲେ ଗାଁ କୁ ଯେମିତି ହେଲେ ଚାଲିଯିବେ।ଏହି ନିଷ୍ପତ୍ତି ନେଇ୧୪ ତାରିଖରେ ସାଇକେଲ ଯୋଗେ ବାହାରିପଡିଲେ ସାତ ଜଣ।  ପ୍ରତିଦିନ ପ୍ରାୟ ୨୦୦କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ଖାଇବା, ପିଇବାର ନଥିଲା ଠିକ୍ ଠିକଣା । ରାତିରେ ଶୋଇବା ମଧ୍ୟ ନଥିଲା l

ତେବେ ଆଜି ନିଜ ଗାଁ ମାଟିରେ ପହଁଚି ଆନନ୍ଦରେ କାନ୍ଦି ପକାଇ ଥିଲେ ଯୁବକମାନେ l କର୍ମ ସଂସ୍ଥାନ ପାଇଁ ବର୍ଷ ବର୍ଷ ଧରି ଗାଁ ଲୋକ ମାନେ ବାହାର ରାଜ୍ୟକୁ ଯାଇ  ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ କରୋନା ପାଇଁ ଲକ୍ ଡାଉନ୍ ତାଙ୍କ ପାଇଁ ଜୀବନର ଏକ ଅଭୂଲା ସ୍ମୃତି ହୋଇ ରହିଯିବ ବୋଲି କହିଛନ୍ତି ଫେରି ଆସିଥିବା ଯୁବକ । ତେବେ ଗତ ଦୁଇ ଦିନ ତଳେ ପାତି ସୁନାପୁର ଗାଁର ନଅ ଜଣ, ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ର ପ୍ରଦେଶର ସତର ଜଣ ଚେନ୍ନାଇ ରୁ ଏକ ଡଙ୍ଗା କିଣି ଆସୁଥିବା ବେଳେ ଇଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କୁ ଏବେ କୋରେଣ୍ଟାଇନ୍ ରେ ରଖାଯାଇଛି।

Sonalisa

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

11 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

16 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago