Below header

ଲକ୍ ଡାଉନ୍ ଅଟକାଇ ପାରିଲାନି ଭିଟାମାଟିର ମୋହ: ଚେନ୍ନାଇରୁ ସୋରଳ ସାଇକେଲରେ ଫେରିଲେ ସାତ ଜଣ ଯୁବକ

ବ୍ରହ୍ମପୁର(କେନ୍ୟୁଜ୍): ଜୀବନ ଜୀବିକା ପାଇଁ ଚେନ୍ନାଇ ଯାଇଥିଲେ, ହେଲେ କରୋନା ବିଗାଡିଦେଲା ସବୁ କିଛି। ଲକ୍ ଡାଉନ୍ ଯୋଗୁଁ ଖାଇବା, ରହିବା ଅସହ୍ୟ ହୋଇପଡିଲା । ତେଣୁ ଏଗାରଶହ କିଲୋମିଟରରୁ ଅଧିକ ରାସ୍ତା ସାଇକେଲରେ ଅତିକ୍ରମ କରି ପହଁଚିଛନ୍ତି  ଚିକିଟି ବ୍ଲକର ସୋରଳ ଗ୍ରାମର ସାତ ଜଣ ଯୁବକ l ଏମାନଙ୍କୁ ପ୍ରଶାସନ ତରଫରୁ ସୋରଳ ମୁକ୍ତେଶ୍ବର ବିଦ୍ୟାପୀଠରେ କୋରେଣ୍ଟାଇନରେ ରଖାଯାଇଛି l  ଏମାନେ ହେଲେ ଜଗନ୍ନାଥ ବେହେରା, ଭଗବାନ ବେହେରା, କହେଁଇ ବେହେରା, ଅଶୋକ ବେହେରା , ନମିତା ବେହେରା, ଟଙ୍କଧର ଜାନି ଓ  ମୁନ୍ନା ନାୟକ।

chennaiଚେନ୍ନାଇ ର ନାନାଲି ରେ ସୋରଳ ଗାଁର ବହୁ ଯୁବକ ପ୍ରାୟ ଦଶ ବର୍ଷ ହେଲା  ଯାଇ ବିଭିନ୍ନ କାମ କରି ଜୀବିକା ନିର୍ବାହ କରୁଛନ୍ତି । ଏପରିକି ବହୁ ଯୁବକ ସେମାନଙ୍କ ପରିବାରକୁ ନେଇ ରହିଆସିଛନ୍ତି। ତେବେ କରୋନା ତାଙ୍କ ପାଇଁ ଦୁଃଖ ନେଇ ଆସିଲା । କାମ ନପାଇବା ସହ ଭୋକ ବଢିଗଲା । ତେଣୁ ସେମାନେ ଚାହିଁଲେ ଗାଁ କୁ ଯେମିତି ହେଲେ ଚାଲିଯିବେ।ଏହି ନିଷ୍ପତ୍ତି ନେଇ୧୪ ତାରିଖରେ ସାଇକେଲ ଯୋଗେ ବାହାରିପଡିଲେ ସାତ ଜଣ।  ପ୍ରତିଦିନ ପ୍ରାୟ ୨୦୦କିଲୋମିଟର ରାସ୍ତା ଅତିକ୍ରମ କରୁଥିବା ବେଳେ ଖାଇବା, ପିଇବାର ନଥିଲା ଠିକ୍ ଠିକଣା । ରାତିରେ ଶୋଇବା ମଧ୍ୟ ନଥିଲା l

ତେବେ ଆଜି ନିଜ ଗାଁ ମାଟିରେ ପହଁଚି ଆନନ୍ଦରେ କାନ୍ଦି ପକାଇ ଥିଲେ ଯୁବକମାନେ l କର୍ମ ସଂସ୍ଥାନ ପାଇଁ ବର୍ଷ ବର୍ଷ ଧରି ଗାଁ ଲୋକ ମାନେ ବାହାର ରାଜ୍ୟକୁ ଯାଇ  ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରିଆସୁଥିଲେ । ତେବେ କରୋନା ପାଇଁ ଲକ୍ ଡାଉନ୍ ତାଙ୍କ ପାଇଁ ଜୀବନର ଏକ ଅଭୂଲା ସ୍ମୃତି ହୋଇ ରହିଯିବ ବୋଲି କହିଛନ୍ତି ଫେରି ଆସିଥିବା ଯୁବକ । ତେବେ ଗତ ଦୁଇ ଦିନ ତଳେ ପାତି ସୁନାପୁର ଗାଁର ନଅ ଜଣ, ପୁରୀ ଜିଲ୍ଲାର ଜଣେ ଓ ଆନ୍ଧ୍ର ପ୍ରଦେଶର ସତର ଜଣ ଚେନ୍ନାଇ ରୁ ଏକ ଡଙ୍ଗା କିଣି ଆସୁଥିବା ବେଳେ ଇଛାପୁର ପୋଲିସ ହାତରେ ଧରାପଡ଼ିଛନ୍ତି । ସେମାନଙ୍କୁ ଏବେ କୋରେଣ୍ଟାଇନ୍ ରେ ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.