ପାକିସ୍ତାନୀ ଲ୍ୟାବରେ ୬୦ ବର୍ଷୀୟ ପୁରୁଷ ବାହାରିଲେ ଗର୍ଭବତୀ, ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ପରିବାର

ସାଧାରଣତଃ ବୟସ୍କ ମହିଳାଙ୍କ ଗର୍ଭଧାରଣ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ କେବେ କୌଣସି ବୟସ୍କ ବ୍ୟକ୍ତି ବା ବୃଦ୍ଧ ଗର୍ଭବତୀ ହେବାର ଶୁଣିଛନ୍ତି କି ? ଆଜ୍ଞା ହଁ ଏପରି ଏକ ଘଟଣା ଘଟିଛି ପାକିସ୍ତାନରେ । ଏଠାକାର ପଞ୍ଜାବ ପ୍ରଦେଶର ଖାନୱାଲରୁ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାକାର ଏକ ଲ୍ୟାବ ୬୦ ବର୍ଷ ବୟସ୍କ ଜଣେ ବୃଦ୍ଧଙ୍କୁ ଗର୍ଭବତୀ ଘୋଷଣା କରିଥିଲା । ସୂଚନା ଅନୁଯାୟୀ ଆଲା ବିଟା ନାମକ ଜଣେ ବୃଦ୍ଧ ଚିକିତ୍ସା ପାଇଁ ଡିଏଚକ୍ୟୁ ଡାକ୍ତରଖାନା ଯାଇଥିଲେ । ସେଠାରେ ତାଙ୍କୁ ପରିସ୍ରା ପରୀକ୍ଷା କରିବାକୁ କୁହାଯାଇଥିଲା । ଏହା ପରେ ବ୍ୟକ୍ତି ଜଣକ ଏକ ଘରୋଇ ଲ୍ୟାବରେ ପରିସ୍ରା ପରୀକ୍ଷା କରିବାକୁ ଯାଇଥିଲେ କିନ୍ତୁ ରିପୋର୍ଟ ଆସିବା ପରେ ସେ ଏହାଦେଖି ଅବାକ ହୋଇଯାଇଥିଲେ । ସୂଚନା ଅନୁଯାୟୀ ଏହି ରିପୋର୍ଟରେ ତାଙ୍କୁ ଗର୍ଭବତୀ ବୋଲି କୁହାଯାଇଥିଲା ।

ଯେତେବେଳେ ଏହି ସୂଚନା ସରକାରୀ କର୍ମଚାରୀଙ୍କ ନିକଟରେ ପହଞ୍ଚିଲା ସେତେବେଳେ ସେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେଣୁ ସେ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତେବେ ଏହି ମାମଲା ପାକିସ୍ତାନର ସ୍ୱାସ୍ଥ୍ୟସେବା ଆୟୋଗରେ ପହଞ୍ଚିବା ପରେ ଖାନୱାଲର ଜିଲ୍ଲା କମିଶନର ଲ୍ୟାବକୁ ସିଲ୍ କରିଦେଇଛନ୍ତି । ତାସହିତ ଲ୍ୟାବ ମାଲିକ ଆମିନଙ୍କୁ ମଧ୍ୟ ଗିରଫ କରାଯାଇଛି । ସୂଚନା ଅନୁଯାୟୀ ଏହି ଲ୍ୟାବଟି DHQ ହସ୍ପିଟାଲ୍ ନିକଟରେ ରହିଛି । ତଦନ୍ତ ପରେ ଏହା ବିନା ଲାଇସେନ୍ସରେ ଚାଲିଥିଲା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଠାରେ କୌଣସି ଦକ୍ଷ ଡାକ୍ତର ନଥିବା ବେଳେ ଲ୍ୟାବଟି ଗତ ଦୁଇ ବର୍ଷ ଧରି ବେଆଇନ ଭାବେ ଚାଲୁଛି ।

Leave A Reply

Your email address will not be published.