ଲକଡାଉନରେ ପିଲାଙ୍କ ମନୋଂରଜନ କରିବାର ନୂଆ ଫର୍ମୁଲା, ଚାଲନ୍ତୁ ଦେଖିବା “ସେଲଫି ଉଇଥ୍‍ ବଜରଙ୍ଗୀ’

ଲକଡାଉନରେ ପିଲାମାନେ ଘରେ ବସି ବସି ବୋରିଂ ହୋଇଯାଉଛନ୍ତି । ଏମିତିରେ ଲୁଡୁ ଖେଳିବା ସହିତ ଅନ୍ୟ କିଛି ଉପାୟ ନାହିଁ । ଆଉ ପିଲାଙ୍କ ମନୋରଂଜନ କରିବା ପାଇଁ ଦୂରଦର୍ଶନରେ ଶକ୍ତିମାନ ସିରିଅଲକୁ ପୁନଃପ୍ରସାରଣ କରାଯାଇଥିଲା । ତା ପରେ ସିରିଅଲ ଛୋଟା ଭୀମ । ଏବେ ପିଲାଙ୍କ ମନୋରଂଜନ ପାଇଁ ପୁଣି ଥରେ ଟିଭିର ଲୋକପ୍ରିୟ ଆନିମେଟେଡ ଶୋ “ସେଲଫି ଉଇଥ ବଜରଙ୍ଗୀ’ ପ୍ରସାରଣ ହେବାକୁ ଯାଉଛି । ଏହି ଶୋ ଡିଜନୀ ଚ୍ୟାନେଲ ଏବଂ ଡିଜନୀ ହଙ୍ଗାମାରେ ପ୍ରତିଦିନ ପ୍ରାଇମ ଟାଇମ ସ୍ଲଟରେ ଟିଭିରେ ପ୍ରସାରିତ ହେବ ।

bajrangi

ଏହି ସିରିଅଲ ପ୍ରତିଦିନ ଘଟୁଥିବା ଛୋଟ ବଡ ଘଟଣାକୁ ନେଇ ଆଧାରିତ । ଏହି ଶୋର କାହାଣୀ ଭାରତୀୟ ସଂସ୍କୃତି ମଧ୍ୟ ପ୍ରଦର୍ଶିତ କରାଯାଇଛି । ଏହାଛଡା ଏହି ଶୋର ତିନିଟି ସିଜିନର ୨୩୪ଟି ଏପିସୋଡ ଏକାସାଙ୍ଗରେ ଡିଜନୀ ଏବଂ ହଟଷ୍ଟାରରେ ପ୍ରସାରିତ ହେବ । ଯଦି ଏହି ଶୋର ଲୋକପ୍ରିୟତା ଡିଜିଟାଲ ପ୍ଲାଟଫର୍ମରେ ବୃଦ୍ଧି ହୁଏ, ତେବେ ଏହାର ଡିଲକୁ ଆଗକୁ ବଢାଯିବ ବୋଲି ସିଇଓ କହିଛନ୍ତି ।

Leave A Reply

Your email address will not be published.