ରାଜ୍ୟ

ଦିନେ ଥିଲେ ଖେଳାଳି, ଏବେ ଚାଷ କାର୍ଯ୍ୟ କରି ବର୍ଷକୁ ରୋଜଗାର କରୁଛନ୍ତି ୬ ଲକ୍ଷ

ଆଦର୍ଶ ସାଜିଛନ୍ତି ଯୁବଚାଷୀ ବାଦଲ ଟୁଡୁ । ଦିନେ ଥିଲେ ବେଶ ଭଲ ଖେଳାଳୀ କିନ୍ତୁ ଏହା ପରେ ଚାକିରୀ ପଛରେ ନ ଗୋଡ଼ାଇ ପାରମ୍ପରିକ ଚାଷ କାର୍ଯ୍ୟକୁ ଆପଣେଇଥିଲେ । ବାଦଲ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ୍ ହୋଇ ଚାକିରୀ ପଛରେ ନଗୋଡାଇ ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ମଲଚିଂ ତଥା ଡ୍ରିପ୍ ପଦ୍ଧତିରେ ଜମିରେ ଜଳସେଚନ କରି କମଖର୍ଚ୍ଚରେ ଅଧିକ ପନିପରିବା ଅମଳ କରିପାରୁଛନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଲପାଳ ଗାଁର ଚୋରଖଳା ସାହି ।

ଗାଁର ଯୁବଚାଷୀ ବାଦଲ ଟୁଡୁ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ଏବେ ସେ ୪ ଏକର ଜମିରେ ୫ହଜାର ମିଠା ମକାଗଛ ଚାଷ ଲଗାଇଛନ୍ତି । ପ୍ରତି ମକାଗଛ ସେ ମଲଚିଂ ପଦ୍ଧତିରେ ଚାଷ କରିଥିବା ବେଳେ ଜଳସେଚନ ପାଇଁ ସେ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି । ଏଥିପାଇଁ ସେ ପ୍ରତି ଗଛ ନିକଟରେ ଛୋଟ ପାଇପ୍ ଦ୍ବାରା ବୁନ୍ଦା ବୁନ୍ଦା ଜଳ ସିଞ୍ଚନ କରୁଛନ୍ତି । ଫଳରେ ଗଛକୁ ଯେତିକି ଜଳ ଆବଶ୍ୟକ, ସେତିକି ମିଳିଥାଏ । ଏହି ପଦ୍ଧତିରେ ଆଦୌ ଜଳ ନଷ୍ଟ ହୋଇ ନଥାଏ ।

ଗତ ୨୪ ବର୍ଷ ଧରି ସେ ଏପରି ଭାବେ ଚାଷ କରି କମ୍ ଜଳ ଖର୍ଚ୍ଚ କରିବା ସହିତ ଭଲ ରୋଜଗାର କରି ପାରୁଛନ୍ତି । ବାଦଲ ଜଣେ ଭଲ ଭଲି ଖେଳାଳୀ ଥିଲେ । ଏଥିପାଇଁ ସେ କୋରାପୁଟ ସ୍ପୋର୍ଟ୍ସ ହଷ୍ଟେଲ୍ ରେ ରହି ସରକାରୀ ପ୍ରଶିକ୍ଷଣ ନେଇଥିଲେ । ହେଲେ ଏହାପରେ ସେ ଚାକିରୀ ପଛରେ ନଗୋଡାଇ ନିଜେ କିଛି କରିବା ଲକ୍ଷରେ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ଆରମ୍ଭ କଲେ । ୨୦୦୬ ମସିହାରୁ ସେ ବାଇଗଣ, ଜହ୍ନି, ଭେଣ୍ଡି, ଝୁଡଙ୍ଗ ଆଦି ଚାଷ କରିବା ଆରମ୍ଭ କଲେ। ଶୀତିଦିନେ ସେ ବିଲାତି ଚାଷ ପରେ ଏବେ ମିଠାମକା ଚାଷ କରିଛନ୍ତି ।

ପନିପରିବା ଚାଷ ସେ ଆଧୁନିକ ପଦ୍ଧତିରେ କରିବା ସହିତ, ଜଳସେଚନ ପାଇଁ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି ଫଳରେ, ସେ ଚାଷରୁ ବର୍ଷକୁ ୬ଲକ୍ଷରୁ ଉର୍ଧ୍ବ ଟଙ୍କା ରୋଜଗାର କରିବା ସହିତ, ନିଜର ୭ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରି ପାରୁଛନ୍ତି ଯାହା ସ୍ଥାନୀୟ ଯୁବପୀଢୀଙ୍କ ପାଇଁ ପ୍ରେରଣା ପାଲଟିଛି । ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ ଚାକିରୀ କରି ପାରିଥାନ୍ତେ । ହେଲେ ଚାକିରୀ ପଛରେ ନଗୋଡାଇ ଏବେ ଉନ୍ନତମାନର ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ପ୍ରେରଣା ।

Srujanika Panda

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago