ଦିନେ ଥିଲେ ଖେଳାଳି, ଏବେ ଚାଷ କାର୍ଯ୍ୟ କରି ବର୍ଷକୁ ରୋଜଗାର କରୁଛନ୍ତି ୬ ଲକ୍ଷ
ଆଦର୍ଶ ସାଜିଛନ୍ତି ଯୁବଚାଷୀ ବାଦଲ ଟୁଡୁ । ଦିନେ ଥିଲେ ବେଶ ଭଲ ଖେଳାଳୀ କିନ୍ତୁ ଏହା ପରେ ଚାକିରୀ ପଛରେ ନ ଗୋଡ଼ାଇ ପାରମ୍ପରିକ ଚାଷ କାର୍ଯ୍ୟକୁ ଆପଣେଇଥିଲେ । ବାଦଲ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ୍ ହୋଇ ଚାକିରୀ ପଛରେ ନଗୋଡାଇ ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି ।
ଆଦର୍ଶ ସାଜିଛନ୍ତି ଯୁବଚାଷୀ ବାଦଲ ଟୁଡୁ । ଦିନେ ଥିଲେ ବେଶ ଭଲ ଖେଳାଳୀ କିନ୍ତୁ ଏହା ପରେ ଚାକିରୀ ପଛରେ ନ ଗୋଡ଼ାଇ ପାରମ୍ପରିକ ଚାଷ କାର୍ଯ୍ୟକୁ ଆପଣେଇଥିଲେ । ବାଦଲ ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ୍ ହୋଇ ଚାକିରୀ ପଛରେ ନଗୋଡାଇ ଆଧୁନିକ ପ୍ରଣାଳୀରେ ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ମଲଚିଂ ତଥା ଡ୍ରିପ୍ ପଦ୍ଧତିରେ ଜମିରେ ଜଳସେଚନ କରି କମଖର୍ଚ୍ଚରେ ଅଧିକ ପନିପରିବା ଅମଳ କରିପାରୁଛନ୍ତି । କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଲପାଳ ଗାଁର ଚୋରଖଳା ସାହି ।
ଗାଁର ଯୁବଚାଷୀ ବାଦଲ ଟୁଡୁ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ କରୁଛନ୍ତି । ଏବେ ସେ ୪ ଏକର ଜମିରେ ୫ହଜାର ମିଠା ମକାଗଛ ଚାଷ ଲଗାଇଛନ୍ତି । ପ୍ରତି ମକାଗଛ ସେ ମଲଚିଂ ପଦ୍ଧତିରେ ଚାଷ କରିଥିବା ବେଳେ ଜଳସେଚନ ପାଇଁ ସେ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି । ଏଥିପାଇଁ ସେ ପ୍ରତି ଗଛ ନିକଟରେ ଛୋଟ ପାଇପ୍ ଦ୍ବାରା ବୁନ୍ଦା ବୁନ୍ଦା ଜଳ ସିଞ୍ଚନ କରୁଛନ୍ତି । ଫଳରେ ଗଛକୁ ଯେତିକି ଜଳ ଆବଶ୍ୟକ, ସେତିକି ମିଳିଥାଏ । ଏହି ପଦ୍ଧତିରେ ଆଦୌ ଜଳ ନଷ୍ଟ ହୋଇ ନଥାଏ ।
ଗତ ୨୪ ବର୍ଷ ଧରି ସେ ଏପରି ଭାବେ ଚାଷ କରି କମ୍ ଜଳ ଖର୍ଚ୍ଚ କରିବା ସହିତ ଭଲ ରୋଜଗାର କରି ପାରୁଛନ୍ତି । ବାଦଲ ଜଣେ ଭଲ ଭଲି ଖେଳାଳୀ ଥିଲେ । ଏଥିପାଇଁ ସେ କୋରାପୁଟ ସ୍ପୋର୍ଟ୍ସ ହଷ୍ଟେଲ୍ ରେ ରହି ସରକାରୀ ପ୍ରଶିକ୍ଷଣ ନେଇଥିଲେ । ହେଲେ ଏହାପରେ ସେ ଚାକିରୀ ପଛରେ ନଗୋଡାଇ ନିଜେ କିଛି କରିବା ଲକ୍ଷରେ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ଆରମ୍ଭ କଲେ । ୨୦୦୬ ମସିହାରୁ ସେ ବାଇଗଣ, ଜହ୍ନି, ଭେଣ୍ଡି, ଝୁଡଙ୍ଗ ଆଦି ଚାଷ କରିବା ଆରମ୍ଭ କଲେ। ଶୀତିଦିନେ ସେ ବିଲାତି ଚାଷ ପରେ ଏବେ ମିଠାମକା ଚାଷ କରିଛନ୍ତି ।
ପନିପରିବା ଚାଷ ସେ ଆଧୁନିକ ପଦ୍ଧତିରେ କରିବା ସହିତ, ଜଳସେଚନ ପାଇଁ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି ଫଳରେ, ସେ ଚାଷରୁ ବର୍ଷକୁ ୬ଲକ୍ଷରୁ ଉର୍ଧ୍ବ ଟଙ୍କା ରୋଜଗାର କରିବା ସହିତ, ନିଜର ୭ପ୍ରାଣୀ କୁଟୁମ୍ବ ପ୍ରତିପୋଷଣ କରି ପାରୁଛନ୍ତି ଯାହା ସ୍ଥାନୀୟ ଯୁବପୀଢୀଙ୍କ ପାଇଁ ପ୍ରେରଣା ପାଲଟିଛି । ଜଣେ ଭଲ ସ୍ପୋର୍ଟ୍ସ ମ୍ୟାନ ଚାକିରୀ କରି ପାରିଥାନ୍ତେ । ହେଲେ ଚାକିରୀ ପଛରେ ନଗୋଡାଇ ଏବେ ଉନ୍ନତମାନର ପନିପରିବା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିପାରୁଛନ୍ତି । ଯାହା ଅନ୍ୟମାନଙ୍କ ପାଇଁ ସୃଷ୍ଟି କରିଛି ପ୍ରେରଣା ।