ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ୪୯ ଜଣ ମେଡିକାଲରେ ଭର୍ତ୍ତି

ହୀରାକୁଦରେ ପୁଣି ବ୍ଯାପିଲାଣି ଡାଏରିଆ ।  ଡାଏରିଆରେ ଆକ୍ରାନ୍ତ ହୋଇ ଏବେ ୪୯ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ୫ ଜଣ ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି ।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର – ହୀରାକୁଦରେ ପୁଣି ବ୍ଯାପିଲାଣି ଡାଇରିଆ ।  ଡାଇରିଆରେ ଆକ୍ରାନ୍ତ ହୋଇ ଜଣଙ୍କ ମୃତ୍ୟୁ ଅଭିଯୋଗ। ୪୯ ଆକ୍ରାନ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଛି। ଦୂଷିତ ପାଣି ଯୋଗୁ ଡାଇରିଆ ବ୍ୟାପୁଛିବା କହିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ । ହୀରାକୁଦ ସହରର ଗୁରୁଦ୍ୱାରାପଡା, ଗୌଡପଡା, କାଲୋପଡା, ନ୍ୟୁ ମାର୍କେଟ୍ କଲୋନି ଓ ମାଛପଡାରେ ସଂକ୍ରମଣ ହାର ବଢ଼ିଚାଲିଛି ।

ଏନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ, ଟ୍ରିଟମେଣ୍ଟ ପ୍ଳାଣ୍ଟରେ ପାଣିକୁ ବିଶୁଦ୍ଧ କରାଯାଉ ନାହିଁ। ଫଳରେ ସଂକ୍ରମଣ ବ୍ୟାପୁଛି। ୪ଟି ସ୍ଥାନରୁ ପାନୀୟ ଜଳ ନମୂନା ସଂଗ୍ରହ କରାଯାଇ ଲ୍ୟାବକୁ ପଠାଯାଇଛି। ଘର ଘର ବୁଲି ଯାଞ୍ଚ ହେଉଛି। ସ୍ଥିତି ଉପରେ ନଜର ରଖିଛି ମୋବାଇଲ ହେଲଥ ୟୁନିଟ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.