ଆଜି ପାଳନ ହେବ ଆର୍ଥ ଆୱାର, ବାଲୁକା କଳାରେ ଘଣ୍ଟାଟିଏ ଲାଇଟ୍ ବନ୍ଦ କରିବାକୁ ବାର୍ତ୍ତା

ଆଜି ସାରା ବିଶ୍ବ ପାଳିବ ଆର୍ଥ ଆଓ୍ବାର । ଘଣ୍ଟାକ ପାଇଁ ଅନ୍ଧାର ହେବ ଦୁନିଆ । ରାତି ୮ଟା ୩୦ରୁ ୯ଟା ୩୦ଯାଏଁ ଏକ ଘଣ୍ଟା ଆର୍ଥ ଆୱାର ପାଳନ ହେବ । ଏହି ଏକ ଘଣ୍ଟା ଘରେ ସମସ୍ତ ଲାଇଟ୍ ବନ୍ଦ କରି ଦିବସକୁ ପାଳନ କରିବେ ବିଶ୍ବବାସୀ । ଏହି ଅବସରରେ ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ସଚେତନତା ବାର୍ତ୍ତା ଦେଇଛନ୍ତି ।

ପୁରୀ (କେନ୍ୟୁଜ): ଆଜି ସମଗ୍ର ବିଶ୍ବରେ ପାଳନ ହେବାକୁ ଯାଉଛି ଆର୍ଥ ଆୱାର । ଘଣ୍ଟାକ ପାଇଁ ଅନ୍ଧାର ହେବ ଦୁନିଆ । ଏହି ଦିବସଟି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ପାଳିତ ହୋଇଥାଏ। ଆଜି ରାତି ୮ଟା୩୦ରୁ ୯ଟା୩୦ ପର୍ଯ୍ୟନ୍ତ ଏହି ଆର୍ଥ ଆୱର ପାଳନ କରାଯିବା ସହ ସେହି ୧ ଘଣ୍ଟା ବିନା ବିଦ୍ୟୁତରେ ବିତାଇବେ ବିଶ୍ୱବାସୀ । ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଏକ ସଚେତନତା ବାର୍ତ୍ତା ଦେଇଛନ୍ତି । switch off ,GIVE AN HOUR FOR EARTH ର ବାର୍ତ୍ତା ଏହି ବାଲୁକାକଳା ମାଧ୍ୟମରେ ଦେଇଛନ୍ତି ସୁଦର୍ଶନ ।

୨୦୦୮ରୁ ଏହି ଦିବସ ସାରା ବିଶ୍ୱରେ ପାଳିତ ହେଉଥିବା ବେଳେ ୧୯୦ ଦେଶ ଏହାକୁ ପାଳନ କରିଆସୁଛନ୍ତି । ସମସ୍ତ ଅନାବଶ୍ୟକ ବିଦ୍ୟୁତ୍ ଉପକରଣକୁ ବନ୍ଦ ରଖିବାକୁ ବାଲୁକାକଳା ମାଧ୍ୟମରେ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶ । ବାଲୁକାକଳାରେ ସୁନ୍ଦର ଭାବରେ ଲାଇଟ ବଲବ ଗୁଡିକୁ ସଜାଯାଇଛି । ଏହି ଦିବସକୁ ପାଳନ କରିବା ପାଇଁ ୧ ଘଣ୍ଟା ଅନ୍ଧାରରେ ରହିବାକୁ ପଡେ। ହେଲେ ଯେତିକି ପରିମାଣର ବିଦ୍ୟୁତ ଏହି ଦିନରେ ସଞ୍ଚୟ ହେବ । ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବା ଦିଗରେ ସହାୟକ ହୋଇଥାଏ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.