ପୁଣି ବଡ଼ ଧରଣର ରେଡ଼, ଶିମିଳିପାଳରୁ ଜବତ ହେଲା ୧୦କୋଟି ୫୦ ଲକ୍ଷ ଟଙ୍କାର ଅଫିମ ଗଛ

ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ଚତୁର୍ଥ ଥର ପାଇଁ ବଡ଼ ଧରଣର ରେଡ଼ ହେଇଛି । ଲକ୍ଷେ କି ଦୁଇ ଲକ୍ଷ ନୁହଁ ବରଂ ୧୦କୋଟି ୫୦ ଲକ୍ଷ ଟଙ୍କାର ଅଫିମ ଗଛ ଜବତ ହେଇଛି ।

କରଞ୍ଜିଆ (କେନ୍ୟୁଜ): ଅଫିମ ଚାଷର ହବ୍ ପାଲଟିଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ଚତୁର୍ଥ ଥର ପାଇଁ ବଡ଼ ଧରଣର ରେଡ଼ ହେଇଛି । ଲକ୍ଷେ କି ଦୁଇ ଲକ୍ଷ ନୁହଁ ବରଂ ୧୦କୋଟି ୫୦ ଲକ୍ଷ ଟଙ୍କାର ଅଫିମ ଗଛ ଜବତ ହେଇଛି । ଅବକାରୀ ବିଭାଗ କର୍ମଚାରୀ ଏବଂ କରଞ୍ଜିଆ ଅତିରିକ୍ତ ତହସିଲଦାଙ୍କ ଉପସ୍ଥିତି ରେଡ଼ ହେଇଛି ।

ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ସାରଦା ଗାଁରେ ୧୫ ଏକର ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କାର ଅଫିମ ଗଛ ଲାଗିଥିଲା । ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ଅଫିମ ଗଛ ନଷ୍ଟ କରିଛି । ବର୍ଷ ବର୍ଷ ଧରି ଶିମିଳିପାଲ ଅଭୟାରଣ୍ୟରେ ଅଫିମ ଚାଷ ହେଇଆସୁଛି । ଏବେ ଅଫିମ ଚାଷର ହବ୍ ପାଲଟିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଭୟାରଣ୍ୟ । ଶିମିଳିପାଳ ଅଭୟାରଣ୍ୟରୁ ଅଧିକ ସୂଚନା ଦେଉଛନ୍ତି ଆମ କରଞ୍ଜିଆ ରିପୋର୍ଟର ସରୋଜ କୁମାର ବେହେରା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.