ଚିକିତ୍ସାଧୀନ ଅବସ୍ଥାରେ SCBରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ

କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କଏଦୀଙ୍କ ନାମ ଅଜୟ ଦାସ।

କଟକ (କେନ୍ୟୁଜ): କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି । କଏଦୀଙ୍କ ନାମ ଅଜୟ ଦାସ।

ଗତକାଲି କେନ୍ଦୁଝର ଜେଲରେ ଅଜୟ ଜୀବନ ହରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ କେନ୍ଦୁଝର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏକ ଦୁଷ୍କର୍ମ ଅଭିଯୋଗ ମାମଲାରେ ଗିରଫ ହୋଇ ବିଚାରଧୀନ ବନ୍ଦୀ ଭାବେ ଜୀବନ ବିତାଉଥିଲେ ଅଜୟ। ଗତ କାଲି ମଧ୍ୟ ରାତ୍ରିରେ ଅଜୟଙ୍କ ମୃତ୍ୟୁ ହୋଇଛି । ଆଜି ମୃତ ଶରୀର ବ୍ୟବଚ୍ଛେଦ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.