ରାଜ୍ୟ

ଡିଭାଇଡର ଡେଇଁ କାର୍‌କୁ ଧକ୍କା ଦେଲା କାର୍‌, ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାରେ ଜଣେ ମୃତ ଓ ୫ ଆହତ

ଖୋର୍ଦ୍ଧା (କେନ୍ୟୁଜ୍‌) : ଦୁର୍ଘଟଣା ଏମିତି ଘଟେ ଯାହା କଳ୍ପନା କରିବା ବି ସମ୍ଭବ ନୁହେଁ । କେବଳ ଦୁର୍ଘଟଣା କମ୍‌ କରିବାକୁ ଜାତୀୟ ରାଜପଥ ମଝିରେ ଡିଭାଇଡର ରହିଛି । ଗୋଟିଏ ପାର୍ଶ୍ୱରେ ଯିବେ ଓ ଅନ୍ୟ ପଟେ ଆସିବେ । ହେଲେ ସେଥିରେ ଦୁର୍ଘଟଣା କମୁ ନାହିଁ । ଗତକାଲି ରାତିରେ ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାର ଯାଆଁଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି ।

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆସୁଥିବା କାର୍‌ଟି ଏତେ ବେଗରେ ଥିଲା ଯେ ଡିଭାଇଡର ଡେଇଁ ଆରପଟ ରାସ୍ତାକୁ ଚାଲି ଆସିଥିଲା । ଆଉ ସେତିକି ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଫେରୁଥିବା ଏକ କାର୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଖୋର୍ଦ୍ଧା ଫେରୁଥିବା କାର୍‌ରେ ବସିଥିବା ଇଂଜିନିୟର ସନ୍ତୋଷ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ।

ଏଥିରେ ତାଙ୍କ ସହ ବସିଥିବା ତାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଯାଆଁଳା ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଉଭୟ ଗାଡ଼ିର ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଏମସ୍‌କୁ ପଠାଇଥିଲା । ମୃତ ସନ୍ତୋଷଙ୍କ ଘର ଖୋର୍ଦ୍ଧା ଟାଉନ୍‌ରେ ।

 

KNews Bureau

Recent Posts

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

7 mins ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

44 mins ago

ନିର୍ଵାଚନ ପରବର୍ତ୍ତୀ ହିଂସା, ଦୁଇ ପରିବାରରୁ ୭ ଆହତ

ଆଳି : କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଠାକୁରପାଟଣା ଗାଁରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ଦୁଇ ପରିବାର…

46 mins ago

ଟାୱାର ଖୁଣ୍ଟରୁ ଡେଇଁ ଜୀବନ ହାରିଲେ ଯୁବକ, ମୃତ୍ୟୁର କାରଣ ଅସ୍ପଷ୍ଟ

ନୂଆଗଡ : ଯୁବକ ଜଣକ ନୂଆଗଡ ଗାଁର କୈଳାଶ ସୁବୁଦ୍ଧିଙ୍କ ପୁଅ ନାରାୟଣ ସୁବୁଦ୍ଧି ବୋଲି ଜଣାପଡିଛି । ମୃତ୍ୟୁର…

1 hour ago

ବିବାହ ବନ୍ଧନରେ ଆବଦ୍ଧ ହେଲେ ଭେଙ୍କଟେଶ ଆୟର, ଶ୍ରୁତି ରଘୁନାଥନଙ୍କ ଧରିଲେ ହାତ

ଭାରତୀୟ ଟିମ୍‌ର ଖେଳାଳି ତଥା କୋଲକାତା ନାଇଟ୍ ରାଇଡର୍ସ(KKR)ର ଷ୍ଟାର୍ ଅଲରାଉଣ୍ଡର ଭେଙ୍କଟେଶ ଆୟର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି…

1 hour ago

ଗରମରୁ ଏଭଳି ବଞ୍ଚାନ୍ତୁ ନିଜ ଫୋନ, ନଚେତ ହୋଇପାରେ ଅନେକ ସମସ୍ୟା

ଗ୍ରୀଷ୍ମ ଋତୁ ଆସିବା ସହିତ ଇଲେକ୍ଟ୍ରୋନିକ୍ ଡିଭାଇସରେ ଅଗ୍ନି ଏବଂ ବିସ୍ଫୋରଣ ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଶୀତ…

2 hours ago