Below header

ଡିଭାଇଡର ଡେଇଁ କାର୍‌କୁ ଧକ୍କା ଦେଲା କାର୍‌, ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାରେ ଜଣେ ମୃତ ଓ ୫ ଆହତ

ଖୋର୍ଦ୍ଧା (କେନ୍ୟୁଜ୍‌) : ଦୁର୍ଘଟଣା ଏମିତି ଘଟେ ଯାହା କଳ୍ପନା କରିବା ବି ସମ୍ଭବ ନୁହେଁ । କେବଳ ଦୁର୍ଘଟଣା କମ୍‌ କରିବାକୁ ଜାତୀୟ ରାଜପଥ ମଝିରେ ଡିଭାଇଡର ରହିଛି । ଗୋଟିଏ ପାର୍ଶ୍ୱରେ ଯିବେ ଓ ଅନ୍ୟ ପଟେ ଆସିବେ । ହେଲେ ସେଥିରେ ଦୁର୍ଘଟଣା କମୁ ନାହିଁ । ଗତକାଲି ରାତିରେ ଭୁବନେଶ୍ୱର-ଖୋର୍ଦ୍ଧା ରାସ୍ତାର ଯାଆଁଳା ପେଟ୍ରୋଲ ପମ୍ପ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏଥିରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚଜଣ ଆହତ ହୋଇଛନ୍ତି ।

ACCIDENT-2

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଖୋର୍ଦ୍ଧା ପଟୁ ଭୁବନେଶ୍ୱର ଆସୁଥିବା କାର୍‌ଟି ଏତେ ବେଗରେ ଥିଲା ଯେ ଡିଭାଇଡର ଡେଇଁ ଆରପଟ ରାସ୍ତାକୁ ଚାଲି ଆସିଥିଲା । ଆଉ ସେତିକି ବେଳେ ଭୁବନେଶ୍ୱରରୁ ଖୋର୍ଦ୍ଧା ଫେରୁଥିବା ଏକ କାର୍‌କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଖୋର୍ଦ୍ଧା ଫେରୁଥିବା କାର୍‌ରେ ବସିଥିବା ଇଂଜିନିୟର ସନ୍ତୋଷ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଯାଇଛି ।

ଏଥିରେ ତାଙ୍କ ସହ ବସିଥିବା ତାଙ୍କ ପୁଅ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଯାଆଁଳା ପୋଲିସ୍‌ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା । ଉଭୟ ଗାଡ଼ିର ଆହତମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଏମସ୍‌କୁ ପଠାଇଥିଲା । ମୃତ ସନ୍ତୋଷଙ୍କ ଘର ଖୋର୍ଦ୍ଧା ଟାଉନ୍‌ରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.