Below header

କାଲି ହୀରାକୁଦ ଡ୍ୟାମରେ ଶୁଭିବ ଜଳର ଗର୍ଜନ, ସକାଳ ୧୧ଟାରେ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

କେନ୍ୟୁଜ୍(ବ୍ୟୁରୋ): ଆସନ୍ତାକାଲି ସକାଳ ୧୧ଟାରେ ହୀରାକୁଦରୁ ଛଡ଼ାଯିବ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପ୍ରଥମ ପର୍ଯ୍ୟାୟର ବାମପଟ ସ୍ପିଲୱେର ପାଖାପାଖି ୭ରୁ ୧୦ଟି ଗେଟ ଖୋଲାଯିବ। ମହାନଦୀର ଉପରମୁଣ୍ଡରେ ବର୍ଷା ଯୋଗୁଁ କ୍ରମାଗତ ଭାବରେ ହାରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ଲଘୁଚାପଜନିତ ପ୍ରବଳ ବର୍ଷା ପୂର୍ବରୁ କିଛି ଜଳ ନିଷ୍କାସନ କରାଯିବ। ପ୍ରାୟ ୮ରୁ ୧୦ ଫୁଟ ପାଣି ନିଷ୍କାସନ ହେବ। ପରେ ଜଳଭଣ୍ଡାରର ସ୍ଥିତିକୁ ଦେଖି ଗେଟ ପରିଚାଳନା କରାଯିବ।

ଗେଟ ଖୋଲିବା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଗେଟ ଖୋଲାଯିବ। ଏହି ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ପ୍ରଶାସନିକ ଅଧିକାରୀ, ହୀରାକୁଦ ଜଳଭଣ୍ଡାରର ବରିଷ୍ଠ ଯନ୍ତ୍ରୀ ଉପସ୍ଥିତ ରହିବେ। ଆଜି ସକାଳ ଆଠଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୮.୩୧ ଘନଫୁଟ ରହିଛି। ଜଳଭଣ୍ଡାରରୁ ପ୍ରତି ସେକେଣ୍ଡରେ ୩୮ ହଜାର ୫୦୧ ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୧୯ ହଜାର ୭୮୮ ଘନଫୁଟ ଜଳ ନିଷ୍କାସନ ହେଉଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.