ରାଜ୍ୟ

OLX ଠକେଇ ଘଟଣାରେ ଜଣେ ଗିରଫ

ଭୁବନେଶ୍ୱର(କେନ୍ୟୁଜ ) : OLX ଠକେଇ ଘଟଣାରେ ଜଣେ ଗିରଫ । ଭୁବନେଶ୍ୱରରୁ ଅଭିଯୁକ୍ତ ଆଶିଷ କୁମାର ଜେନାଙ୍କୁ ବାନ୍ଧିଲା ସାଇବର ପୋଲିସ I ରାଜଧାନୀରୁ ବିଭିନ୍ନ ଲୋକଙ୍କଠୁ ୨ ଲକ୍ଷ ଟଙ୍କା ଠକିଥିଲା । ଆଶିଷ ବିରୋଧରେ ଠକେଇ ନେଇ ସାଇବର ଥାନାରେ ୩ଟି ମାମଲା ରୁଜୁ ହୋଇଥିଲା । ତା ନିକଟରୁ ମୋବାଇଲ, ବ୍ୟାଙ୍କ ଆକାଉଣ୍ଟ ଓ ସିମ୍‌ ଜବତ ହୋଇଛି। ଅନ୍ୟ କାହାରି ସମ୍ପୃକ୍ତି ନେଇ ତଦନ୍ତ କରୁଛି ପୋଲିସ ।

ସେପଟେ ଆଶିଷ ଜଣେ ଜିଲ୍ଲାସ୍ତରୀୟ କ୍ରିକେଟ ଖେଳାଳି ବୋଲି ଜଣାପଡ଼ିଛି। ଯାଜପୁର ଜିଲ୍ଲାରେ କ୍ରିକେଟ ଖେଳୁଥିଲେ। କିନ୍ତୁ ପରେ ଭୁବନେଶ୍ୱର ଜାଗମରାରେ ରହି ଅନଲାଇନ ଠକେଇ ଅପରେସନ ଚଳାଇଥିଲା। ଅତି ଚତୁରତାର ସହ ଲୁଟି ନେଉଥିଲା ଟଙ୍କା। ଘରେ ଚଢ଼ାଉ ବେଳେ ତୃତୀୟ ମହଲାରୁ ଡେଇଁ ଫେରାର ହେଉଥିବା ବେଳେ ମାଡ଼ି ବସିଲା ପୋଲିସ। ଅଭିଯୁକ୍ତ ଆଶିଷ କୁମାର ଜେନା OLX ରେ ବିଜ୍ଞାପନ ଦେଉଥିବା ମୋବାଇଲ ଦୋକାନୀଙ୍କୁ ଫୋନ୍‌ କିଣିବା ପାଇଁ ଯୋଗାଯୋଗ କରିଥିଲା।

ସେହି ସମାନ ଫଟୋକୁ ଡାଉନଲୋଡ଼ କରି, ନିଜେ ଏହାକୁ ବିକିବା ପାଇଁ ବିଜ୍ଞାପନ ଦେଇଥାଏ। ଆଉ ମୋବାଇଲ କିଣିବାକୁ ଇଚ୍ଛୁକ ଥିବା ବ୍ୟକ୍ତିଙ୍କୁ ଦୋକାନୀଙ୍କ ପାଖକୁ ପଠାଇ ମୋବାଇଲ ଦେଖେଇବାକୁ କହିଦିଏ ଏହି ଠକ I ଦୋକାନୀଙ୍କୁ ନିଜର ସମ୍ପର୍କୀୟ ବୋଲି କହେ। ଆଉ ମୋବାଇଲ ଦେଖି ସାରିବା ପରେ ଗ୍ରାହକଙ୍କୁ ଅନଲାଇନରେ ଟଙ୍କା ପଠାଇବାକୁ କହେ I ଟଙ୍କା ପାଇ ସାରିବା ପରେ ଫୋନ୍‌ ବନ୍ଦ କରି ଫେରାର ହୋଇଯାଏ ଏହି ଠକ। ଆଶିଷ ନାଁରେ ପୂର୍ବରୁ ମାମଲା ଥିବା ଜଣାପଡିଛି।.

Niharanjan

Recent Posts

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

6 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

15 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

19 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

52 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

54 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

2 hours ago